ଟଙ୍କା ପାଇଁ ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ହୋ-ହାଲ୍ଲା

ସାହାରା ହିତାଧିକାରୀଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ
ଜଗତସିଂହପୁର (ଆପ୍ର): ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥାମାନେ ଲୋକଙ୍କ ଝାଳବୁହା ଧନ ଲୁଟି ନେଇ ଚମ୍ପଟ ମାରିଥିବା ବେଳେ ଏବେ ଅର୍ଥ ଫେରସ୍ତ ସମୟ ବେଳକୁ ବିଭିନ୍ନ କୋର୍ଟରେ ମାମଲା ଗଡ଼ୁଛି । ସେହିପରି ସହାରା ଇଣ୍ଡିଆ ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାରୁ ହିତାଧିକାରୀମାନେ ସେମାନଙ୍କ ଟଙ୍କା ଫେରସ୍ତ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏହିପରି ଭାବେ ଜଗତସିଂହପୁର ସଦର ମହକୁମାର ୧୦ନମ୍ବର ଠାରେ ଥିବା ସାହାରା ଇଣ୍ଡିଆ କାର୍ଯ୍ୟାଳୟରେ ସୋମବାର ୩୦ ରୁ ୪୦ ଜଣ ହିତାଧିକାରୀ ନିଜର ପ୍ରାପ୍ୟ ପାଇଁ ଏଠାରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା । ଜଣେ ବରିଷ୍ଠ ନାଗରିକ କହିଛନ୍ତି ସେ ସଂସ୍ଥାରେ ୬ବର୍ଷ ପାଇଁ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ତାଙ୍କ ଜମା ଅର୍ଥ ମ୍ୟାଚୁ୍ୟରିଟି ହୋଇ ସାରିଥିବା ବେଳେ ସଂସ୍ଥାର କର୍ମଚାରୀମାନେ ଆଜି କାଲି କହି ୩ବର୍ଷ ହେଲା ଦୌଡ଼ାଉଛନ୍ତି । ସେପଟେ ସଂସ୍ଥା କ୍ୟାସିଅର ପ୍ରଦୀପ ଚୌଧୁରୀ କହିଛନ୍ତି ସଂସ୍ଥାର ଜମାଖାତାରେ ୨୫ହଜାର କୋଟି ଟଙ୍କା ରହିଛି । ତା ଉପରେ ଦିଲ୍ଲୀ ହାଇକୋର୍ଟ ରହିତା ଦେଶ ଜାରି କରିଛି । ଏହି ମୋକଦ୍ଦମା ଫଇସଲା ହେବା ପରେ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ।
ଅପରପକ୍ଷେ ସାହାରା ଇଣ୍ଡିଆ ହିତାଧିକାରୀଙ୍କ ଟଙ୍କାକୁ ରିଅଲଇଷ୍ଟେଟ, ହୋଟେଲ, ଏୟାର୍ ଲାଇନ୍, ମେଡିକାଲ ଆଦି ସଂସ୍ଥାରେ ଇନ୍ଭେଷ୍ଟ କରିଥିବା ବେଳେ ବିଫଳ ହେବା ପରେ ସଂସ୍ଥାର ମୁଖ୍ୟ ସୁବ୍ରତ ତରାଇ ସେବି ଦ୍ୱାରା ଗିରଫ ହୋଇଛନ୍ତି । ସେବିର ନିଦେ୍ର୍ଦଶକୁ ସାହାର ଇଣ୍ଡିଆ ନମାନିବା ନେଇ ନିକଟରେ ସେବି ଲକ୍ଷ୍କୌ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇ ସାହାରା ଇଣ୍ଡିଆ ନାମରେ ମାମଲା ରୁଜୁ କରି ଥିଲା । ମାମଲାକୁ ଲକ୍ଷୌ ଉଚ୍ଚ ନ୍ୟାୟାଳୟ ବିଚାର କରି, ଯେଉଁ ହିତାଧିକାରୀଙ୍କ ଅର୍ଥ ପାଇବାର ରହିଛି ୧୫ଦିନ ମଧ୍ୟରେ ଲୋକଙ୍କୁ ଫେରାଅ ଓ ନଫେରାଇବା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ଅର୍ଥ ଜମା ନ ନେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ହେଲେ ମାମଲା ଏବେ ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାରୁ ତାହାକୁ ନେଇ ହିତାଧିକାରୀ ଚିନ୍ତାବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *