ନିରପେକ୍ଷ ତଦନ୍ତ ପାଇଁ ପିଟିସନ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି
କଟକ (ବୁ୍ୟରୋ)ବହୁ ଚର୍ଚ୍ଚିତ ବାବୁସାନ-ପ୍ରକୃତି ଏବଂ ତୃପ୍ତି ବିବାଦ ହାଇକୋର୍ଟରେ ପହଞ୍ଚିଛି । ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ବାବୁସାନଙ୍କ ପନôୀ ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ବିରୋଧରେ ପ୍ରକୃତି ଖାରବେଳ ନଗର ଥାନାରେ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ କରି ପ୍ରକୃତି ହାଇକୋର୍ଟ ଯାଇଛନ୍ତି ।
ପ୍ରକୃତି ପିଟିସନରେ ଦର୍ଶାଇଛନ୍ତି, ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଗୋଟିଏ କାରରେ ଯାଉଥିବା ଦେଖି ତୃପ୍ତି ଘଟଣାସ୍ଥାଳରେ ପହଞ୍ଚି ହଙ୍ଗାମା କରିଥିଲେ । ତୃପ୍ତି ତାଙ୍କୁ ମାଡ଼ ବି ମାରିଥିଲେ । ଏ ନେଇ ପ୍ରକୃତିଙ୍କ ବାପା’ମା ଖାରବେଳନଗର ଥାନାରେ ତୃପ୍ତି ଓ ତୃପ୍ତିଙ୍କ ବାପାଙ୍କ ନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କ ଏତଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିାରୁ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଲାଗିୁ ନିଦେ୍ର୍ଦଶ ଦେବାକୁ ସେ ପିଟିସନରେ ନିବେଦନ କରିଛନ୍ତି । ମାମଲାରେ ଗୃହ ସଚିବ, ପୁଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ଅଭିନେତ୍ରୀ ପ୍ରକୃତି ମିଶ୍ର କହିଛନ୍ତି, ମୋ ସହ ଯାହା ହୋଇଛି ସମସ୍ତେ ଜାଣନ୍ତି । କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି । ମୋତେ ନ୍ୟାୟ ନିଶ୍ଚିତ ମିଳିବ । ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ସେ ପୁଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜୁଲାଇ ୨୩ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୁଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୁଲିସ ଉପଯୁକ୍ତ ଦଫା ଲଗାଇ ନାହିଁ । ତେଣୁ ନିରପେକ୍ଷ ସଂସ୍ଥା ଦ୍ୱାରା ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇବାକୁ ହାଇକୋର୍ଟରେ ଅପିଲ କରାଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠି ମାମଲା ପରିଚାଳନା କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *