ରାହୁଲ ଦ୍ରାବିଡଙ୍କୁ କରୋନା

ମୁମ୍ବାଇ,୨୩ା୮ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ସଂପର୍କରେ ବିସିସିଆଇ ସଚିବ ଜୟ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । ଫଳରେ ଆସନ୍ତା ୨୮ରୁ ଆରମ୍ଭ ହୋଉଥିବା ଏସିଆ କପ୍ ପାଇଁ ଭାରତୀୟ ଟିମ୍ ସହିତ ସେ ୟୁଏଇ ଯିବେ ନାହିଁ ।
ଏସିଆ କପ ପାଇଁ ଭାରତୀୟ ମଙ୍ଗଳବାର ୟୁଏଇ ଗସ୍ତ କରିଛି । ଏହା ପୂର୍ବରୁ ଟିମ୍ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଦ୍ରାବିଡଙ୍କ ନମୁନା କୋଭିଡ୍ ପଜିଟିଭ ବାହାରିଥିଲା ।
ପରବର୍ତ୍ତୀ ପରୀକ୍ଷା ବେଳେ ଯଦି ତାଙ୍କର ନମୁନା ନେଗେଟିଭ୍ ବାହାରିଲା ତେବେ ସେ ୟୁଏଇ ଯାଇ ଦଳସହ ଯୋଗ ଦେବେ ବୋଲି ଜଣାପଡ଼ିଛି । ତାଙ୍କ ବଦଳରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦଳର କୋଚ ନିଯୁକ୍ତ କରାଯାଇଛି । ଭାରତୀୟ ଦଳର ଜିମ୍ବାୱେ ଗସ୍ତବେଳେ ବି ଦ୍ରାବିଡ଼ ଯାଇ ନ ଥିଲେ । ତାଙ୍କ ପରିବର୍ତ୍ତେ ଲକ୍ଷ୍ମଣଙ୍କୁ ପଠାଯାଇଥିଲା । ଜିମ୍ବାୱେ ଗସ୍ତରେ ଥିବା ଖେଳାଳିମାନେ ସିଧାସଳଖ ୟୁଏଇରେ ପହଞ୍ଚିବେ । ଭାରତୀୟ ଟିମ୍ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ୨୮ରେ ଖେଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *