ବାଲେଶ୍ୱର ଉବୁଟୁବୁ
ସୁବର୍ଣ୍ଣରେଖାର କୋପ
ଭୁବନେଶ୍ୱର, ୨୨ା୮ (ବୁ୍ୟରୋ): ଲଘୁଚାପ ପ୍ରଭାବରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲା ଏବେ ବନ୍ୟା ଘେରରେ ରହିଛି । ସୁବର୍ଣ୍ଣରେଖାର ଜାମଶୋଳାଘାଟରେ ଜଳପତ୍ତନ ୫୦.୪ ରହିଛି, ଏଠାରେ ଜଳସ୍ତର ହ୍ରାସପାଉଛି । ସେହିପରି ରାଜଘାଟଠାରେ ଜଳସ୍ତର ୧୧.୯୦ ରହିଛି, ସେଠାରେ ମଧ୍ୟ ଜଳସ୍ତର ହ୍ରାସ ପାଉଛି । ସୁବର୍ଣ୍ଣରେଖାରେ ଏକ ବଡ଼ ବନ୍ୟା ଆଶଙ୍କା ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ ଛନକା ପଶିଛି । ସୁବର୍ଣ୍ଣରେଖା ଜଳସ୍ତର ସ୍ଥିର ଥିଲେ ବି ତାହା ବିପଦସଙ୍କେତ ଉପରେ ରହିଛି । ସୋମବାର ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୨.୪୫ ଫୁଟ୍ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟର ୧୩ ଜିଲ୍ଲାର ୭୮ ବ୍ଲକ୍ର ୬୪୫ ଗ୍ରାମ ପଞ୍ଚାୟତ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଏଥିରେ ୨୪୮୯ ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୯୦୨ ଗ୍ରାମ ଜଳ ଘେରରେ ଥିବାବେଳେ ୬ ଲକ୍ଷ ୪୦ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଓ ପ୍ରାୟ ୯ ଲକ୍ଷ ୬୬ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୪୪୦ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୭୧ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।
ବନ୍ୟାଞ୍ଚଳର ୧୧ ଜିଲ୍ଲାରେ ୧୬ ଏନଡିଆରଏଫ୍, ୧୭ ଓଡ୍ରାଫ୍, ୫୫ ଅତିରିକ୍ତ ଫାୟର ସର୍ଭିସ୍ ଟିମ୍ ମୂତୟନ ହୋଇଛନ୍ତି । ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ୮ ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି । ଜଳସ୍ତର ବଢ଼ିଲେ କିମ୍ବା ବନ୍ୟା ସ୍ଥିତି ଉପୁଜିଲେ ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା ମନ୍ତ୍ରୀ ଶ୍ରୀମତି ସାହୁ କହିଛନ୍ତି । ବସ୍ତା, ବାଲିଆପାଳ ସମେତ ତଳି ଅଞ୍ଚଳରେ ପାଣି ପଶିଛି । ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ । କୌଣସି ସ୍ଥାନରେ ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି । ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ସମସ୍ତେ ସଜାଗ ରହିଛନ୍ତି, ନାଇଟ ପେଟ୍ରୋଲିଂ ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତି ସାହୁ ସୂଚନା ଦେଇଛନ୍ତି ।
ବାଲେଶ୍ୱରର ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଛି । ଫଳରେ ବାଲିଆପାଳ-କମର୍ଦ୍ଦା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଲିଆପାଳର ୨୫ ଗାଁ ପାଣି ଘେରରେ ଥିବେବେଳେ ଶତାଧିକ ଲୋକ ଜଳବନ୍ଦୀରେ ଅଛନ୍ତି ।
ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚô ପାରି ନ ଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍କୁ୍ୟ ଟିମ୍ ପଠାଯାଇଛି । ୨ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ ଅପରେସନାଲ ଟିମ୍ ଯାଇଥିବା ଏସ୍ଆରସି ପ୍ରଦୀପ ଜେନା କହିଛନ୍ତି ।
ସେପଟେ ବନ୍ୟାସ୍ଥିତିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଦେ୍ର୍ଦଶକ୍ରମେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜକୁ ପଠାଯାଇଛି । ମତ୍ସ୍ୟ ନିଦେ୍ର୍ଦଶାଳୟର ଉପନିଦେ୍ର୍ଦଶକ ଶଶିକାନ୍ତ ଆ·ର୍ଯ୍ୟଙ୍କୁ ବାଲେଶ୍ୱର ଓ ଜୋଆଚିମ୍ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି । ଅଧିକାରୀ ଦ୍ୱୟ ବନ୍ୟାସ୍ଥିତିର ଆକଳନ କରି ମତ୍ସ୍ୟ ସମ୍ପଦର ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏଥିସହ ଯୁଗ୍ମ ନିଦେ୍ର୍ଦଶକ ପବିତ୍ର କୁମାର ବେହେରାଙ୍କୁ ନିଦେ୍ର୍ଦଶାଳୟର କଣ୍ଟ୍ରୋଲ ରୁମ ତଦାରଖ ଦାୟିତ୍ୱରେ ରଖାଯାଇଛି । ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଡ. ସଂଜୟ କୁମାର ପଣ୍ଡାଙ୍କୁ ବାଲେଶ୍ୱର ଜିଲ୍ଲାର ବନ୍ୟା ରିଲିଫ୍ କାର୍ଯ୍ୟ ତଦାରଖ କରିବା ନିମନ୍ତେ ତୁରନ୍ତ ବାଲେଶ୍ୱର ସିଡିଭିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି ।
ସେପଟେ ବନ୍ୟା ଭଳି ବିପଦ ସମୟରେ ହୋର୍ଡିଙ୍ଗ ବା ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି । ଦରଦାମ ବୃଦ୍ଧି ଏକ ଜାତୀୟ ଇସୁ । କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ହୋର୍ଡିଙ୍ଗ କରୁଛନ୍ତି, ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ ଏବଂ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଛି । ଯେଉଁମାନେ ହୋର୍ଡର୍ସ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ଆମର ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେହିପରି ବନ୍ୟାଞ୍ଚଳରେ ରୋଗ ବଢ଼ୁଛି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ବନ୍ୟାଞ୍ଚଳରେ ଜଳବାହିତ ରୋଗ ବଢ଼ୁଛି । ମାଲେରିଆ, ଡେଙ୍ଗୁ ବଢ଼ିବା ସହ ସାପ କାମୁଡ଼ା ବଢ଼ିଛି । ବନ୍ୟା ପ୍ରପୀଡ଼ିତ ଜିଲ୍ଲାରେ ୨୩,୩୬୭ ଜଣ ଲୋକ ଚିକତ୍ସା ହେଉଛନ୍ତି । ଏବେ ୩୨ ଜଣ ସାପ କାମୁଡ଼ା ରୋଗୀ ଚିକିତ୍ସିତ ହେଉଛନ୍ତି । ମୃତୁ୍ୟ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ନାହିଁ । ଜଳ ବିଶୋଧନ କିଭଳି ହେବ ସେଥିପାଇଁ କାମ ଚାଲିଛି ବୋଲି ନିଦେ୍ର୍ଦଶକ କହିଛନ୍ତି । ସେପଟେ ବାଲେଶ୍ୱରରେ ଏବେ ରୋଗୀ ସଂଖ୍ୟା ବଢ଼ିବ ବୋଲି ଆଶା ରହିଛି । ଏଣୁ ବାଲେଶ୍ୱର ସିଡିଏମଓଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ସ୍ୱାସ୍ଥ୍ୟ ବିଭାଗ ଟିମ ଅଞ୍ଚଳକୁ ଯାଇଛନ୍ତି । ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ନିଦେ୍ର୍ଦଶକ କହିଛନ୍ତି ।