ଛାତ୍ରବୃତ୍ତି ମାଗିବାରୁ ମାଡ଼

ଜେଏନ୍ୟୁ କର୍ତ୍ତୃପକ୍ଷଙ୍କ ଅଜବ ନୀତି
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଛାତ୍ରଛାତ୍ରୀମାନଙ୍କୁ ମାରପିଟ୍ ଘଟଣା ସାମ୍ନାକୁ ଆସିଛି । ସ୍କଲାରସିପ୍ (ଛାତ୍ରବୃତ୍ତି) ମାଗିବା କାରଣରୁ ଛାତ୍ରଛାତ୍ରୀମାନଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।
ସ୍କଲାରସିପ୍ ସମ୍ପର୍କରେ କଥା ହେବାକୁ ଯାଇଥିବା ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟର ଫାଇନାନ୍ସ ଅଧିକାରୀଙ୍କ ଷ୍ଟାଫ୍ ଏବଂ ଗାର୍ଡମାନେ ଠେଲାପେଲା କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଅନେକ ଛାତ୍ର ଗୁରୁତର ହୋଇପଡିଥିବା ଛାତ୍ର ସଂଗଠନ ଏବିଭିପି ପକ୍ଷରୁ କୁହାଯାଇଛି । ବିଶ୍ୱବିଦ୍ୟାଳୟର ଏବିଭିପି ଶାଖା ଛାତ୍ର ସଭାପତି ରୋହିତ୍ କୁମାରଙ୍କ ସମେତ ୬ଜଣ ଛାତ୍ର ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବିଭିପି ଘଟଣାର ଭିଡିଓକୁ ନିଜର ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଥିବା ବେଳେ ଏହା ଭାଇରାଲ ହୋଇଛି । ସେହିପରି ଜେଏନ୍ୟୁ କର୍ତ୍ତୃପକ୍ଷଙ୍କ ଏପ୍ରକାର ବ୍ୟବହାର ପ୍ରଦର୍ଶନକୁ ନେଇ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବେ ପ୍ରତିବାଦକୁ ଓହ୍ଲାଇଛନ୍ତି । ଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଗତ ଦୁଇ ବର୍ଷ ହେବ ଛାତ୍ର ବୃତ୍ତିକୁ ଅଟକାଇ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *