୩୧ରେ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର, ୨୨ା୮ (ବୁ୍ୟରୋ): ଆସନ୍ତା ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଦିନିଆ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ଅଗଷ୍ଟ ୬ତାରିଖରେ ଦିଲ୍ଲୀ ଗସ୍ତରେ ଯାଇ ୮ରେ ଓଡ଼ିଶା ଫେରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତମାସ ୩୧ରେ ଦିଲ୍ଲୀ ଗସ୍ତରେ ଯାଇ ସେପ୍ଟେମ୍ବର ୪ରେ ଭୁବନେଶ୍ୱର ଫେରିବେ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶା ଭବନରେ ଏକ ସମୀକ୍ଷା ବୈଠକରେ ସାମିଲ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇନଥିଲେ ମଧ୍ୟ ଅଗଷ୍ଟ ୩୧ତାରିଖରେ ଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି ଶେଷ ହାଇଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ଜୁଲାଇ ୨୫ରେ ୪ଦିନିଆ ଓ ଅଗଷ୍ଟ ୬ରେ ୩ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ।
