ସୁବର୍ଣ୍ଣରେଖାରେ ଭୟଙ୍କର ବନ୍ୟା

ବାଲିଆପାଳ (ଆପ୍ର): ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ସୋମବାର ମଧ୍ୟାହ୍ନରୁ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ତଳମୁଣ୍ଡରେ ଥିôବା ବାଲିଆପାଳ ବ୍ଲକ ଅଞ୍ଚଳରେ ବନ୍ୟା ଭୟଙ୍କର ସ୍ଥିତି ଉତ୍ପନ୍ନ କରିଛି । ବନ୍ୟା ଜଳ କୂଳଲଂଘି ୧୯ ପଞ୍ଚାୟତର ୯୩ରୁ ଉଦ୍ଧ୍ୱର୍ ଗାଁରେ ପ୍ରବେଶ କରିଛି । ପ୍ରାୟ ୮୭ ହଜାର ୨୭୬ ଲୋକ ପ୍ରଭାବିତ ହୋଇଛନ୍ତି । ସୋମବାର ସକାଳେ ସୁବର୍ଣ୍ଣରେଖା ଜଳସ୍ତର ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଟପି ୧୧.୯୦ରେ ପହଂଚିଥିଲା । ରବିବାର ରାତିରେ ବନ୍ୟା ଜଳ ଗାଁଗଣ୍ଡାରେ ପ୍ରବେଶ କରିଥିଲା । ଫଳରେ ନିଖିରା, ଅସ୍ତି, ବାଲିଆପାଳ, ବିଷ୍ନୁପୁର, ଜାମକୁଣ୍ଡା, ବଣିଆଡିହା, ବୋଲଂ, ସାଉଡି, ଦେଭୋଗ, କୁମଯଭାରୀ, ଶ୍ରୀରାମପୁର, କୁଣ୍ଡୁଳୀ ପ୍ରଭୃତି ପଞ୍ଚାୟତ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି ।
ମଧୁପୁରା, ଜମ୍ଭୀରାଇ, ବଡାଶ, ଚୌମୁଖ, ଡଗରା, ପଂଚୁପାଲି, ବାଲିକୁଟି ପଞ୍ଚାୟତ ଆଂଶିିକ ଜଳମଗ୍ନ ହୋଇଛି । ବିଷ୍ଣୁପୁର ଠାରେ ନଦୀବନ୍ଧରେ ୩୦ ଫୁଟର ଘାଇ ସୃଷ୍ଟି ହେବାରୁ ବିଷ୍ଣୁୂପୁର ପଞ୍ଚାୟତର ଶହ ଶହ ଘର ଜଳଘେରରେ ରହିଛି । ଜଣେ ମହିଳା ବୁଡ଼ିଯାଇ ପ୍ରାଣ ହରାଇଛନ୍ତି । ବଡ଼ତାଳପଦା ଗ୍ରାମର ମୂଷା ମଙ୍ଗରାଜଙ୍କ ପତ୍ନୀ ରତ୍ନମଣି ଶୌଚ ହେବାକୁ ଯାଇଥିବା ସମୟରେ ବୁଡ଼ିଯାଇଥିଲେ ।
ବାଲିଆପାଳ-କମର୍ଦା ରାସ୍ତାର ଗଡାପୋଲ ନିକଟରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗା୍େୟାଗ ବିଚ୍ଛିନ୍ନ ହୋଇଛି । ସୋମବାର ମଧ୍ୟାହ୍ନ ସୁଦ୍ଧା ବାଲିଆପାଳ ବ୍ଲକରେ ୧୮ ହଜାର ଲୋକଙ୍କୁ ୫୦ ସୁରକ୍ଷିତ ସ୍ଥାନରେ ରଖାଯାଇ ରନ୍ଧା ଖାଦ୍ୟ ବିତରଣ କରାଯାଇଛି । ଗାଁରେ ଥିବା ନଳକୂପଗୁଡ଼ିକ ବୁଡିଯାଇଥିବାରୁ ପିଇବା ପାଣି ସମସ୍ୟା ସୃଷ୍ଟି ହୋଇଛି । ଗୃହପାଳିତ ପଶୁପକ୍ଷୀ ଖାଦ୍ୟାଭାବରେ ରହିଛନ୍ତି ।
ସେହିପରି ବାଲିଆପାଳ ବ୍ଲକରେ ୪୨୬୨ ହେକ୍ଟର ଧାନ, ୩୭୬ ହେକ୍ଟର ଜମିରେ ପରିବା ଚାଷ ନଷ୍ଟ ହୋଇଛି । ବାଲେଶ୍ୱର ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ, କେନ୍ଦ୍ରାଞ୍ଚଳ ଆର୍ଡିସି ସୁରେଶ ଚନ୍ଦ୍ର ଦଳାଇ, ତହସିଲଦାର ଦୀପକ କୁମାର ଦାସ, ପ୍ରକଳ୍ପ ନିଦେ୍ର୍ଦଶକ ରବୀନ୍ଦ୍ର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *