ଦମ୍ପତିିଙ୍କୁ ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ
ବୀରଭୂମି ଘଟଣାର ପୁନରାବୃତ୍ତି
କେନ୍ଦୁଝର, ୨୨ା୮(ଆପ୍ର): ପଶ୍ଚିମବଙ୍ଗ ବୀରଭୂମିରେ ଘଟିଥିବା ଲୋମଟାଙ୍କୁରା ହିସାଂକାଣ୍ଡର ପୁନରାବୃତ୍ତି ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ । ଏକ ବୟସ୍କ ଦମ୍ପତି ଶୋଇଥିବା ବେଳେ ରାତି ଅଧରେ ଦୁର୍ବୃତ୍ତମାନେ ତାଙ୍କୁ ତାଲା ପକାଇ ନିଆଁ ଲଗାଇଦେଇଛନ୍ତି । ପାଖ ପଡ଼ୋଶୀ ଯେପରି ଉଦ୍ଧାର କରି ନ ପାରିବେ ସେଥିପାଇଁ ସେମାନଙ୍କ ଘର ବାହାରେ ମଧ୍ୟ ତାଲା ପକାଇ ଦେଇଥିଲେ । ପୋଡ଼ିଯାଇ ଗୁରୁତର ହୋଇପଡ଼ିଥିବା ଉକ୍ତ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଧଗୋଠ ଗାଁର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ପଲେଇଙ୍କ ବୟସ ପାଖାପାଖି ୬୦ ହେବ ।
ସେମାନଙ୍କ ପିଲାଛୁଆ ବାହାରେ ରହୁଛନ୍ତି । ଘରେ ଉଗ୍ରସେନ ଓ ଜୟନ୍ତୀ ରହୁଥିଲେ । ରବିବାର ରାତିରେ ଦୁହେଁ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସେମାନଙ୍କ ଘର ସମେତ ପାଖ ପଡ଼ୋଶୀଙ୍କ ଘରେ ତାଲା ପକାଇ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଧାସରେ ଉଗ୍ରସେନ ଓ ଜୟନ୍ତୀଙ୍କ ନିଦ ଭାଙ୍ଗିବାରୁ ସେମାନେ ପ୍ରାଣ ବିକଳରେ ଚିକ୍ରାର କରିଥିଲେ । ଚିକ୍ରାର ଶୁଣି ସାହି ପଡ଼ିଶା ଉଠିଥିଲେ କିନ୍ତୁ ବାହାରପଟୁ ତାଲା ପଡ଼ିଥିବାରୁ ତୁରନ୍ତ ସାହାଯ୍ୟ କରି ପାରି ନ ଥିଲେ । ବହୁ ବିଳମ୍ବରେ ସେମାନେ କୌଣସିମତେ ଉକ୍ତ ଦମ୍ପତିଙ୍କୁ ଉଦ୍ଧାର କରି ହରିଚନ୍ଦନପୁର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାିଛି । ଖବର ପାଇ ସୋମବାର ସକାଳେ ପୁଲିସ୍ ଗାଁକୁ ଯାଇ ତଦନ୍ତ ଚଳାଇଛି । କିଏ, କାହିଁକି ଏପରି ନୃଶଂସକାଣ୍ଡ ଘଟାଇଲା ତାହା ଜଣାପଡ଼ିନି । ଉଗ୍ରସେନ ଓ ଜୟନ୍ତୀ ମରଣ ସହ ସଂଗ୍ରାମ କରୁତôବା ସୂଚନା ମିଳିଛି । ଏହି ବର୍ବରତାକୁ ସବୁ ମହଲରେ ନିନ୍ଦା କରାଯାଇଛ