ପେଟରୁ ବାହାରିଲା ଷ୍ଟିଲ୍ ଗ୍ଲାସ୍
ଏମ୍କେସିଜିରେ ବିରଳ ଅସ୍ତ୍ରୋପଚାର
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ ଓ ବଡ଼ ଡାକ୍ତରଖାନାରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର । ଜଣେ ଯୁବକଙ୍କ ପେଟରୁ ବାହାରିଛି ଏକ ଷ୍ଟିଲ୍ ଗ୍ଲାସ୍ । ସର୍ଜରୀ ବିଭାଗର ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁ ରୋଗୀଙ୍କ ଜୀବନ ବଞ୍ଚôଯାଇଛି । ମଦ୍ୟପ ଅବସ୍ଥାରେ ୭ରୁ ୮ ସାଙ୍ଗ ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ ଭର୍ତ୍ତି କରିଥିଲେ । ୮ଦିନ ମଳଦ୍ୱାରରେ ରହିବା ପରେ ଗ୍ଲାସଟି ପେଟ ଭିତରକୁ ଚାଲିଯାଇଥିଲା । ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଏମ୍କେସିଜିରେ ଭର୍ତ୍ତି କରିଥିଲେ । ଅସ୍ତ୍ରୋପଚାର କରାଯାଇ ଯୁବକଙ୍କ ପେଟରୁ ଷ୍ଟିଲ୍ ଗ୍ଲାସ୍ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।
ସୁରଟରେ ରହି କାମ କରୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡା ନିକଟ ବାଲିପଦର ଅଞ୍ଚଳର ସଂପୃକ୍ତ ଯୁବକ ଘର ନିକଟରେ ଥିବା ପଡ଼ିଆକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କର କିଛି ସାଙ୍ଗ ନିଶାସକ୍ତ ଅବସ୍ଥାରେ ତାଙ୍କ ମଳଦ୍ୱାରରେ ଗ୍ଲାସ ପୁରାଇ ଦେଇଥିଲେ । ସେ ଟ୍ରେନ୍ ଯୋଗେ ନିଜ ଘର ବାଲିପଦରକୁ ଫେରି ଆସିଥିଲେ । ପରେ ପେଟ ଫୁଲିଯିବା ସହ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଗତ ୧୯ତାରିଖରେ ତାଙ୍କୁ ଏମ୍କେସିଜିକୁ ଆଣିଥିଲେ । ଏକ୍ସରେ ବେଳେ ତାଙ୍କ ପେଟରେ ଏକ ଗ୍ଲାସ ଥିବା ଜଣାପଡ଼ିବା ପରେ ଏମ୍କେସିଜିର ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡ.ଚରଣ ପଣ୍ଡାଙ୍କ ପରାମର୍ଶ କ୍ରମେ ଏକ ଡାକ୍ତରୀ ଟିମ୍ ଅଢ଼େଇ ଘଣ୍ଟାର ଅସ୍ତ୍ରୋପଚାର ପରେ ଯୁବକଙ୍କ ପେଟରୁ ଗ୍ଲାସ ବାହାର କରିଥିଲେ । ବିଭାଗୀୟ ମୁଖ୍ୟ ଶ୍ରୀ ପଣ୍ଡାଙ୍କ ନିଦେ୍ର୍ଦଶକ୍ରମେ ଆସିଷ୍ଟାଣ୍ଡ ପ୍ରଫେସର ସଞ୍ଜିତ କୁମାର ନାୟକ, ଡା.ସୁବ୍ରତ ବରାଳ, ଡା.ପ୍ରତିଭା ଓ ଡା.ସତ୍ୟସ୍ୱରୂପ ପଟ୍ଟନାୟକ ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ୍ ହୋଇଥିଲେ । ପ୍ରଥମ ଥର ପାଇଁ ଏମ୍କେସିଜିର ଏଭଳି ଅସ୍ତ୍ରୋପଚାର କରାଯାଇଥିବାବେଳେ ଡାକ୍ତରୀ ଟିମ୍ଙ୍କୁ ଯୁବକଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି ।