ଓଡ଼ିଶାର ବିକାଶ ତୃଣମୂଳ ସ୍ତରରେ ଦିଶୁଛି

ଓଡିଶା ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ୍ର ପ୍ଲାଟିନମ୍ ଜୟନ୍ତୀ
ଭୁବନେଶ୍ୱର (ବୁ୍ୟରୋ): ପ୍ରକଳ୍ପ ଏବଂ ସେବାରେ ଅଧିକ ଦକ୍ଷତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଡିପ୍ଲୋମା ଇଞ୍ଜିନିୟରଙ୍କୁ ଶାସନ ମଡେଲର ୫-ଟି ନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱର ଓଡ଼େଶା ଭବନରେ ଆୟୋଜିତ ଓଡିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବେସ୍ ସ୍ତରରେ ଇଞ୍ଜିନିୟରଙ୍କ ପାଇଁ ୫ଟି ପଦକ୍ଷେପ ଅଧିକ ମହତ୍ୱପୂର୍ଣ୍ଣ । ତୃଣମୂଳ ସ୍ତରରେ ଲୋକଙ୍କୁ ପ୍ରଦାନ କରୁଥିବା ସେବାଗୁଡିକର ଦକ୍ଷତା ଦ୍ୱାରା ଆମ ବିକାଶ ମଡେଲର ଦୃଶ୍ୟମାନତା ଅଧିକ ସ୍ପଷ୍ଟ ହୋଇଛି । ଏହା ଜଳ ଯୋଗାଣ ହେଉ, ଏହା ରାସ୍ତା ଏବଂ ନିର୍ମାଣ ହେଉ କିମ୍ବା ଆମର ଅନ୍ୟ କୌଣସି ପ୍ରକଳ୍ପ ସବୁଠି ଓଡ଼ିଶା ବିକାଶର ଛବି ଦିଶୁଛି । ଲୋକଙ୍କୁ ସରକାରଙ୍କଠାରୁ ଯାହା ଯୋଗ୍ୟ ତାହା ଯୋଗାଇବା ପାଇଁ ଅତ୍ୟନ୍ତ ଜରୁରୀ । ମୁଁ ଆଶା କରୁଛି ଆପଣ ସମସ୍ତେ ମୋ ସରକାରଙ୍କ ଏହି ନିଦେ୍ର୍ଦଶଗୁଡିକ ପାଳନ କରନ୍ତୁ, ଯାହା ରାଜ୍ୟବାସୀଙ୍କୁ ସର୍ବୋତ୍ତମ ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ପ୍ରୀତି ରଞ୍ଜନ ଘଡାଇ, ତୁଷାରକାନ୍ତି ବେହେରା, ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *