ଶିକ୍ଷକ ପ୍ରାର୍ଥୀଙ୍କୁ ଏଡିଏମ୍ଙ୍କ ଲାଠିମାଡ଼

ଜାତୀୟ ପତାକାକୁ ଅପମାନିତ କରାଯାଇଥିବା ଅଭିଯୋଗ ଆଣିଲା ବିଜେପି
ପାଟନା (ଏଜେନ୍ସି): ସ୍ଥାୟୀ ନିଯୁକ୍ତି ପାଇଁ ସୋମବାର ଦିନ ପାଟନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆଶାୟୀ ଶିକ୍ଷକଙ୍କ ଉପରେ ବିହାର ପୁଲିସ୍ ଲାଠିଚାର୍ଜ କରିଛି । ତେବେ ଲାଠି ଚାର୍ଜ ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ଜଣେ ଆଶାୟୀ ହାତରେ ଜାତୀୟ ପତାକା ଧରି ବାରମ୍ବାର ଦେଖାଇବା ସତ୍ତ୍ୱେ ତାଙ୍କ ଉପରେ ଲାଠି ମାଡ଼ କରାଯାଉଛି । ସବୁଠୁ ବଡ଼କଥା ହେଉଛି ସୁରକ୍ଷା ବ୍ୟବସ୍ଥାରେ ଥିବା ପାଟନାର ଏଡିଏମ୍ କେକ ସିଂହ ନିଜେ ତଳେ ପଡଯାଇଥିବା ଉକ୍ତ ଆଶାୟୀଙ୍କୁ ଲହୁଲୁହାଣ ହେବା ପର୍ଯ୍ୟନ୍ତ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଏସମ୍ପର୍କରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିବାଦ ହେବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି, ଏଡିଏମ୍ଙ୍କ ଏପ୍ରକାର ବ୍ୟବହାର କଦାପି ବରଦାସ୍ତଯୋଗ୍ୟ ନୁହେଁ । ଏହି ଘଟଣାରେ ସେ ତଦନ୍ତ ନିଦେ୍ର୍ଦଶ ମଧ୍ୟ ଦେଇଛନ୍ତି ।
ବିକ୍ଷୋଭକାରୀଙ୍କ କହିବା କଥା ହେଲା, ସ୍ଥାୟୀ ନିଯୁକ୍ତି ପାଇଁ ଦୀର୍ଘ ସମୟ ଧରି ରାଜ୍ୟବ୍ୟାପୀ ଆଶାୟୀ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ବିହାରର ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେଉଥିବା କାରଣରୁ ଆଶାୟୀମାନେ ଆଜି ରାଜଧାନୀ ପାଟନା ଠାରେ ଏକଜୁୂଟ୍ ହେବା ସହ ହାତରେ ତ୍ରିରଙ୍ଗା ଧରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆବଶ୍ୟକ ସମସ୍ତ ଯୋଗ୍ୟତା (ସିଟିଇଟି, ବିଟିଇଟିରେ କୃତକାର୍ଯ୍ୟ) ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନମିଳିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *