ବର୍ଷା-ବନ୍ୟାରେ ୮ରାଜ୍ୟ ବେହାଲ

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଅଧିକାଂଶ ପ୍ରାନ୍ତରେ ଏବେ ମୌସୁମୀଜନିତ ଲଗାଣ ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅତ୍ୟନ୍ତ ବିଷମ ପରିସ୍ଥିତି ସୃଷ୍ଟି କରିଛି । ବିଶେଷକରି ୮ ରାଜ୍ୟର ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି । ଏଥିରେ ଉତ୍ତର ଭାରତ ରାଜ୍ୟଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ପଞ୍ଜାବ, ଜମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ଧରି ବର୍ଷା ଲାଗିରହିଛି । ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଏବଂ ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇଥିଲେ ମଧ୍ୟ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ପରିବେଶ ସୃଷ୍ଟି କରିଦେଇଛି । ଏହି ୮ ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି । ପାହାଡି ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ଯୋଗୁ ମଧ୍ୟ ଅନେକ ଜନଜୀବନ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି ।
ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ଅନେକ ଧନଜୀବନ କ୍ଷୟକ୍ଷତି ହୋଇଛି । ବନ୍ୟା ଓ ଭୂସ୍ଖଳନରେ ପ୍ରାୟ ୨୨ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୬ଜଣ ନିଖୋଜ ରହିଛନ୍ତି । ସେହିପରି ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । କାଙ୍ଗଡା, ମଣ୍ଡି ଏବଂ ଚମ୍ବା ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ଝାଡଖଣ୍ଡରେ ମଧ୍ୟ ବର୍ଷା ଯୋଗୁ ୭ଜଣଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । ମଧ୍ୟପ୍ରଦେଶରେ ମଧ୍ୟରାତ୍ରରେ ନଦୀ ବନ୍ଧ (ଡ୍ୟାମ୍) ଖୋଲାଯାଇଛି । ଫଳରେ ଅନେକ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଉତ୍ତରପ୍ରଦେଶରେ ମଧ୍ୟ ଗଙ୍ଗା, ଯମୁନା ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ଉତ୍ପନନ ହୋଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡିବା ଯୋଗୁ ହଜାର ହଜାର ସଂଖ୍ୟକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *