୩୨ ଗାଁ ଜଳବନ୍ଦୀ
ବୈତରଣୀରେ ଦ୍ୱିତୀୟ ବନ୍ୟା
ଭଣ୍ଡାରିପୋଖରୀ(ଆପ୍ର): ଦୁଇ ସପ୍ତାହ ନ ବିତୁଣୁ ବୈତରଣୀ ନଦୀରେ ପୁଣି ବନ୍ୟା ଆସି ବ୍ୟାପକ ଅଞ୍ଚଳ ଜଳପ୍ଳାବିତ କରିଛି । ଆଖୁଆପଦାରେ ରବିବାର ଅପରାହ୍ଣରେ ବିପଦ ସଙ୍କେତ ଠାରୁ ୧ ମିଟର ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଓ ଅପରାହ୍ଣ ୫ଟା ସୁଦ୍ଧା ଜଳସ୍ତର ୧୮.୯୬ ମିଟର ରହିଛି । ଜଳସ୍ତର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ହୋଇଥିବା ପ୍ରଥମ ବନ୍ୟାରେ ଆଖୁଆପଦାରେ ଜଳସ୍ତର ୧୮.୭୫ ମିଟର ଥିଲା । ଏଥର ଅଧିକ ଥିବାରୁ ବନ୍ୟା ସ୍ଥିତି ସଂଗୀନ୍ ହେବାର ଆଶଙ୍କା କରାଯାଉଛି ।
ରବିବାର ଅପରାହ୍ଣ ୨ଟାରେ ଜଳସ୍ତର ୧୮.୯୯ ମିଟରରେ ପହଞ୍ଚô ସ୍ଥିର ରହିଥିଲା । କଣ୍ଟିଘାଇରେ ୮ ଫୁଟ ଉଚ୍ଚରେ ପାଣି ପ୍ରବାହିତୁ ହୋଇ ଅନେକ ଗାଁ ବୁଡାଇ ଦେଇଛି । ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ, ଝୁଟୁଣା, ବନ୍ଦାଳୋ-ମଢିଆଳି ପଞ୍ଚାୟତ ସମ୍ପୁର୍ଣ୍ଣ ଜଳବନ୍ଦୀ ହୋଇ ପଡ଼ିଛି । ଏସବୁ ପଞ୍ଚାୟତର ମଣିନାଥପୁର, ବିନ୍ଧାଣ, ବରାହ ନୂଆପଡା, ଷୋଳମପୁର, ବିରୋଳି, ମୁଢ଼ାପଦା, ଚତୁର୍ଭୁଜପୁର, ସାରଣା, ଜଳହରୀ, ରାମପୁର, ଜାନଗଡିଆ, ମହିଷାଗଡିଆ, ବଡ ମାଳଦା, ସାନ ମାଳଦା, ବଡ ନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ, ବାଙ୍କମୂହାଁ, ଗିଲପଦୀ, ଦେଉଳପଦୀ, ରାଢୋ, ନୌରଙ୍ଗପୁର, ରହଣିଆ, କେଶପୁର, ଷଠଗାଁ, ବନ୍ଦାଳୋ, ମଢ଼ିଆଳି, ବଳିପୁର, ଖପୁରିଆପଦା, ଝୁଟୁଣା, ଦାଦେଶ୍ୱର ଆଦି ଗ୍ରାମର ୩୧ହଜାର ଲୋକ ଓ ୭,୫୦୦ ଗୃହପାଳିତ ପଶୁ ପାଣି ଘେରରେ ରହିଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମି ମଧ୍ୟ ଆଠଦିନ ହେଲା ବୁଡ଼ି ରହିଥିବାରୁ ରୁଆ ଧାନ ଓ ତଳି ପଚିଯାଇଛି । ଭଣ୍ଡାରିପୋଖରୀ-ମଣିନାତପୁର ପୁର୍ତ୍ତରାସ୍ତାରେ ଯାତାୟାତ ଠପ ହୋଇଯାଇଛି ।
ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ତହସିଲଦାର ସରୋଜକାନ୍ତ ନାୟକ ବନ୍ୟାଞ୍ଚଳ ଗସ୍ତ କରିବା ସହ ରିଲିଫ ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ତଦାରଖ କରିଛନ୍ତି । ବନ୍ଦାଳୋ-ମଢିଆଳି ସରପଞ୍ଚ ବିଶ୍ୱନାଥ ସାହୁ ଜିଲ୍ଲାପାଳଙ୍କୁ ବନ୍ୟାବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ବିଜେପି ନେତା ବଦ୍ରୀନାରାୟଣ ଧଳ ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବା ସହିତ ରିଲିଫ ପ୍ରଦାନ ପାଇଁ ଦାବି କରିଛନ୍ତି । ଅନ୍ରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଚମ୍ପୁଆରେ ୩୭.୨ ମିମି, ଠାକୁରମୁଣ୍ଡାରେ ୫.୮ ମିମି, ସ୍ୱାମୀପାଟଣାରେ ୭.୮ ମିମି. ବର୍ଷା ରେକର୍ଡ କରାଯାଇଛି ।