୨୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ମଞ୍ଚ

ସିଦ୍ଧମହାବୀର ରେଳ ଓଭରବ୍ରିଜ୍ କ୍ଷତିପୂରଣ ପ୍ରସଙ୍ଗ
ପୁରୀ (ବୁ୍ୟରୋ): ସିଦ୍ଧମହାବୀର ରେଳ ଓଭରବି୍ରଜ୍ ନିର୍ମାଣ ଲାଗି ପ୍ରଶାସନିକ ସ୍ତରରେ ପ୍ରକି୍ରୟା ଆରମ୍ଭ ହୋଇଥିବା ବେଳେ ଜମି ଅଧିଗ୍ରହଣ ସାଜିଛି ବାଧକ । ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପ୍ରଶାସନର ଅଜବ ନିଷ୍ପତ୍ତିକୁ ନେଇ ଦୃଢ଼ ବିରୋଧ କରିଛି ଜମି ସମସ୍ୟା ସମାଧାନ ମଞ୍ଚ । ସିଦ୍ଧମହାବୀର ଓଭରବ୍ରିଜ୍ ନିର୍ମାଣ ଲାଗି ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା । ନୋଟିସ୍ ପାଇବାରେ କ୍ଷତିଗ୍ରସ୍ତମାନେ ସେମାନଙ୍କ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ଉକ୍ତ ଜମି ମହାପ୍ରଭୁଙ୍କ ନାଁରେ ରହିଥିବାରୁ ସମସ୍ତ କ୍ଷତିପୂରଣ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତିକୁ କ୍ଷତିଗ୍ରସ୍ତମାନେ ଦୃଢ଼ ବିରୋଧ କରିଛନ୍ତି । ଏନେଇ ସ୍ଥାନୀୟ ମାଟିଆପଡ଼ାସ୍ଥିତ ଗୋସ୍ୱାମୀ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମଞ୍ଚର ସଭାପତି ଶରତ କୁମାର ରାୟଗୁରୁ ।
ଶ୍ରୀ ରାୟଗୁରୁ ଅଭିଯୋଗ କରିଛନ୍ତି ଯେ, ଉଚ୍ଛେଦ ହେବାକୁ ଥିବା ଘର ଦୀର୍ଘ ବର୍ଷ ଧରି ଉକ୍ତ ଜମିରେ ରହି ଆସୁଛନ୍ତି । ଅନ୍ୟପକ୍ଷରେ ସେମାନେ ମଧ୍ୟ ଖଜଣା ଦେଉଛନ୍ତି । ଏହା ସତ୍ତ୍ୱେ ସେମାନଙ୍କୁ କ୍ଷତିପୂରଣ ନ ଦିଆଯିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । କ୍ଷତିଗ୍ରସ୍ତମାନେ ଓଭରବ୍ରିଜ ନିର୍ମାଣକୁ ସ୍ୱାଗତ କରୁଥିବା ବେଳେ ସେମାନଙ୍କୁ ଉଚିତ୍ କ୍ଷତିପୂରଣ ପ୍ରଦାନ କରିବାକୁ କ୍ଷତିଗ୍ରସ୍ତମାନେ ଦାବି କରିଛନ୍ତି । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣାର ସମାଧାନ କରି କ୍ଷତିଗ୍ରସ୍ତଙ୍କୁ ଯଦି ଉଚିତ ପ୍ରାପ୍ୟ ନ ଦିଆଯାଏ ତେବେ ଆସନ୍ତା ୨୬ରେ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *