ଜରିପାଲ ତଳେ ବିତୁଛି ଅନାଥ ଭଉଣୀଙ୍କ ଜୀବନ
ଶିଳ୍ପନଗରୀର ଦୁଃଖଦ ଦୃଶ୍ୟ
ଦାନଗଦୀ (ଆପ୍ର): ଶିଳ୍ପର ରାଜଧାନୀ କଳିଙ୍ଗ ନଗର ଶିଳ୍ପ ନଗରୀ କଳିଙ୍ଗନଗରରେ କରୁଣ ଦୃଶ୍ୟ, ଯାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନାହିଁ । ସୁନାର ସୁକିନ୍ଦା କହୁଥିବା ଏଠି ବାସ୍ତବରେ ଓଲଟା । ଅସହାୟ ଅନାଥ ଦୁଇ ଭଉଣୀଙ୍କ ହୃଦୟ ବିଦାରକ ଜୀବନ ଯିଏ ଦେଖିବ, ତା ଆଖିରୁ ଦୁଇ ଟୋପା ଲୁହ ଝରିଯିବ, ସତରେ ସରକାରଙ୍କ ଆବାସ ଯୋଜନା କାହା ପାଇଁ ଓ କୋଟି କୋଟି ସରକାରଙ୍କ ପକ୍ଷରୁ ଆସୁଛି କାମରେ ଲାଗୁନି । ଏପରି ଏକ ଦୃଶ୍ୟ ଆସିଛି ଯଖପୁରା ପଞ୍ଚାୟତ ବାଳୁଙ୍ଗାବନ୍ଦୀ ଗାଁ ରେ ।
ଏହି ଗାଁ ର ଦୁୁର୍ୟେ୍ୟଧନ ବଟ ଓ କାଞ୍ଚନ ବଟଙ୍କ ପରିବାରରେ ଏକ ଅଜଣା ରୋଗରେ ପଡି ଆଜକୁ ୮ ବର୍ଷ ତଳେ ଗରିବ ଦୁର୍ୟେ୍ୟଧନଙ୍କ ମୃତୁ୍ୟ ହେଲା । ପରେ ପରେ ତାଙ୍କ ପତ୍ନୀ ଠିକ ବର୍ଷେ ପରେ ଜଣ୍ଡିସ ରେ ପଡି ଅର୍ଥ ଅଭାବରୁ ଆର ପାରିକୁ ଚାଲିଗଲେ । ଆଗପଛ ହୋଇ ପିତା ମାତା ଚାଲିଗଲା ପରେ ଅନାଥ ହୋଇ ରହିଗଲେ ଦୁଇ ଭଉଣୀ ଝୁନା ଓ ନଳିନୀ । ଦୁଇ ଝିଅଙ୍କ ଜୀବନରେ ଦୁଃଖ ର ପାହାଡ଼ ଆସିଗଲା । ବର୍ତମାନ ସେମାନଙ୍କ ଚଳିବା ପାଇଁ ଯେଉଁ ଚାଳ ଘରଟି ଅଛି ତାହାବି ଭାଙ୍ଗି ଯାଇଛି । ଦୟନୀୟ ଭାବେ ଜରିପାଲ ଘେରା ଘରେ ଦୁଇ ଭଉଣୀ ବିପଦ ସଂକୁଳ ଭାବେ ରହୁଛନ୍ତି । ଓଳିଏ ଖାଇଲେ ଆର ଓଳିକି ଉପାସ । ଘର ଛପର ବି କରିପାରୁ ନାହାନ୍ତି । ଦେହ ଖରାପ ହେଲେ ଔଷଧ ଖାଇବାକୁ ଟଙ୍କା ଟିଏ ମଧ୍ୟ ନାହିଁ । ସାମାନ୍ୟ ବର୍ଷାରେ ଘର ଭିତରେ ଆଣ୍ଠୁଏ ପାଣି ଜମୁଛି । ଅସହାୟ ଭଉଣୀ ପ୍ରଶାସନର ଦୃଷ୍ଟିରୁ କାହିଁ କେତେ ଦୂରରେ । ଗାଁ ଲୋକ କୁହନ୍ତି ନେତା କହିଥିଲେ କିଛି ସାହାଯ୍ୟ କଲେ ନାହିଁ । ଦେଖାଯାଉ ଏହି ଅସହାୟ ଦୁଇ ଭଉଣୀଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଆବାସ ଓ ସହାୟତା କେବେ ମିଳୁଛି । ସରକାର ଓ ଜିଲ୍ଲା ପ୍ରଶାସନକୁ ତୃରନ୍ତ ଆବାସଟିଏ ଦେବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।