ଜୋର୍ ଧରିଲା ବନ୍ୟା ରାଜନୀତି

ଭୁବନେଶ୍ୱର, ୨୧ା୮ (ବୁ୍ୟରୋ): ବନ୍ୟା ପରି·ଳନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଓ କଂଗ୍ରେସ । ମହାନଦୀରେ ଆସିଥିବା ବନ୍ୟା ମନୁଷ୍ୟକୃତ ଓ ଏହାର ପରିଚାଳନା କରିବାରେ ରାଜ୍ୟ ସରକାର ଫେଲ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ବନ୍ୟା ପରି·ଳନାରେ ବିଫଳ ହୋଇଛନ୍ତି ଏବଂ ତାଙ୍କ ଅବହେଳା ଓ ଦାୟିତ୍ୱ ହୀନତା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କଂଗ୍ରେସ ମୁଖ୍ୟପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ବନ୍ୟା ପରିଚାଳନାରେ କୌଣସି ନିୟମ ପାଳନ ହୋଇନାହିଁ କିମ୍ବା ବିପନ୍ନଙ୍କୁ ଜରିପାଲ ଖଣ୍ଡେ ଯୋଗାଇ ଦେବାରେ ସରକାର ଅସମର୍ଥ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।
ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସରକାରଙ୍କ ଅବହେଳା ଯୋଗୁଁ ଗତ ୬ରୁ୭ ବର୍ଷ ହେବ ଛତିଶଗଡ଼ ସହ ସମନ୍ୱୟ ବୈଠକ ସଠିକ ଭାବରେ ହୋଇ ପାରୁନାହିଁ । ହୀରାକୁଦ ଜଳ ପରିଚଳନା ନେଇ ରୂଲ କର୍ଭ ନିୟମ ଉଲ୍ଲଘଂନ ଓ ବନ୍ଧବାଡ଼ର ସଠିକ ମରାମତି କରାନଯିବା କରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହା ଦ୍ୱାରା ଧନ ଜୀବନ ନଷ୍ଟ ହେବା ସହ ବ୍ୟାପକ ଫସଲ ହାନି ହୋଇଛି । ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ବିଜେପି ଅଭିଯୋଗ କରିଛି ।
ଅନ୍ୟପଟେ ରାଜ୍ୟରେ ବନ୍ୟା ମୁକାବିଲା ସଠିକ୍ ଢ଼ଙ୍ଗରେ ହେଉଛି । ବିଭାଗୀୟ ଅଧିକାରୀ ୨୪ ଘଣ୍ଟା ଏନେଇ ଆଲର୍ଟରେ ଅଛନ୍ତି । ଘଣ୍ଟାକୁ ଘଣ୍ଟା ଏସ୍ଆର୍ସି ଏନେଇ ଗଣମାଧ୍ୟମକୁ ସୂଚନା ଦେଉଛନ୍ତି । ଅଧିକାରୀଙ୍କ ସହ ରାଜନେତା ମଧ୍ୟ ବନ୍ୟା ବିପନ୍ନଙ୍କ ନିକଟକୁ ଯାଉଛନ୍ତି । ଏବେ କ୍ଷୟକ୍ଷତିର ଆକଳନ କରିବା ସହ ବିପର୍ଯ୍ୟୟର ପୁନରୁଦ୍ଧାର ଓ ଲୋକଙ୍କୁ ରିଲିଫ୍ ଦେବାର ସମୟ । ଏସମୟରେ ରାଜନୀତି କରିବା ଉଚିତ୍ ନୁହେଁ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।
ସେପଟେ ମହାନଦୀରେ ଆସିଥିବା ବଡ଼ ବନ୍ୟାର ସୁପରିଚାଳନା କରିବାରେ ସଫଳ ହୋଇନଥିବା ଅଭିଯୋଗ ପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କୁ ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଛି । ଚିଠି ହସ୍ତଗତ ହୋଇଛି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ରିପୋର୍ଟ ପ୍ରଦାନ କରାଯିବ ବୋଲି ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *