ତଳି ଅଞ୍ଚଳରେ ବଢୁଛି ଦୁର୍ଦ୍ଦଶା

ଧାମନଗର (ଆପ୍ର): ବୈତରଣୀରେ ପ୍ରଥମ ବନ୍ୟା ଆସି ୨୬ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିଲା । ଏହାର ୫ଦିନ ଦ୍ୱିତୀୟ ବନ୍ୟା ଆସି ଧାମନଗର ବ୍ଲକର ଅନେକ ଗାଁଗଣ୍ଡା ବୁଡ଼ାଇବା ସହିତ ଜମି ଜଳମଗ୍ନ କରିଛି । ବୈତରଣୀର ଶାଖା କୋଚିଳା, ଗେଙ୍ଗୁଟିରେ ମଧ୍ୟ ବନ୍ୟାଜଳ ହୁହୁ ହୋଇ ବଢୁଛି । ବୈତରଣୀରୁ ଗୌରାଙ୍ଗପୁର ଓ ମଲ୍ଲୀ ମାହାରା ଏସ୍କେପ୍, ଗେଙ୍ଗୁଟିର ମଠ ମାହାରା, କନକେଇ ଓ ଗାଇଛନ୍ଦା ଏସ୍କେପ୍ରେ ବନ୍ୟାଜଳ ବାହାରି ଆନନ୍ଦପୁର, ଖଡ଼ିପଦା, କରଦା, ସୋହଡ଼ା, ପଧାନୀ, ଅର୍ଜୁନପୁର, ଦଳାଙ୍ଗ, ନଦୀଗାଁ, ଭଟ୍ଟସାହି, ମୁସ୍ତଫାପୁର, ଦୋବଲ, ବୟାଂଡ଼ିହ, କୋଠାର, ଧୂଷୁରୀ, ସାହସପୁର, ହସନାବାଦ ଆଦି ପଞ୍ଚାୟତରେ ଗାଁ ଓ ଜମି ବୁଡ଼ାଇ ଦେଇଛି । ବିଭିନ୍ନ ରାସ୍ତାଘାଟରେ ପାଣି ଚାଲୁଥିବାବେଳେ ଗେଙ୍ଗୁଟି ନଦୀବନ୍ଧକୁ ବିଭାଗ ଓ ସ୍ଥାନୀୟ ଲୋକ ମରାମତି କରୁଛନ୍ତି ।
ସୋହଡ଼ା ପଞ୍ଚାୟତର ପିତେଇପୁର, ଡ଼ାଙ୍ଗୁଆପାଟଣା ଓ ଅର୍ଜ୍ଜୁନପୁର ପଞ୍ଚାୟତର ମମାଦୁଲାରେ ବୈତରଣୀ ବନ୍ଧରେ ବଡ଼ ବଡ଼ ଘଳିଆ ପଡ଼ିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ·ଲିଛି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବନ୍ଦାର ସ୍ଥିତି ଅନୁଧ୍ୟାନ କରିବା ସହିତ ବ୍ଲକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ବିପନ୍ନମାନେ ଅସୁବିଧାରେ ନପଡ଼ିବା ପାଇଁ ଜିଲ୍ଲାପାଳ ଅଧିକାରୀଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
ଅପରାହ୍ଣରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଦୋବଲ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସାମାନ୍ୟ ବନ୍ୟାରେ ଷେଣ୍ଢପୁର- ଖଡ଼ିପଦା ରାସ୍ତା ବିଛିନ୍ନ ହେଉଥିବାରୁ ସେଠାରେ ପୋଲ ନିର୍ମାଣ ନିମିତ୍ତ ସ୍ଥାନୀୟ ଲୋକେ ଦାବି କରିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *