ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ରାହୁଲ ସେନା

ନୂଆଦିଲ୍ଲୀ, ୨୧ା୮ (ଏଜେନ୍ସି): ପ୍ରଥମ ଦୁଇ ମ୍ୟାଚ୍ରେ ଏକତରଫା ବିଜୟ ହାସଲ କରିଥିବା ଭାରତୀୟ ଟିମ୍ ସୋମବାର ହେବାକୁ ଥିବା ତୃତୀୟ ତଥା ଶେଷ ମୁକାବିଲା ଜିତି ଶୃଙ୍ଖଳା ମୂଳପୋଛ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଅନ୍ୟପଟେ, ଆୟୋଜକ ଟିମ୍ ସମ୍ମାନରକ୍ଷା ପାଇଁ ଖେଳିବ ।
ଭାରତ ପ୍ରଥମ ଦୁଇ ମ୍ୟାଚ୍ରେ ଜିମ୍ବାୱେକୁ ଖେଳର ସବୁ ବିଭାଗରେ ପରାଜିତ କରିଥିଲା ଏବଂ ତୃତୀୟ ମ୍ୟାଚ୍ରେ ବି କାହାଣୀ ବଦଳିବାର ସମ୍ଭାବନା ନାହିଁ । ଅଧିନାୟକ ଲୋକେଶ ରାହୁଲ ଏ ଯାବତ୍ ଯୁବ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରି ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ କରିବା ପାଇଁ ପୂରା ସୁଯୋଗ ଦେଇଛନ୍ତି । ଭାରତୀୟ ଖେଳାଳିଙ୍କୁ ଏ ଯାବତ୍ ବଡ଼ ଆହ୍ୱାନ ସାମ୍ନା କରିବାକୁ ପଡ଼ିନାହିଁ ।
ଭାରତୀୟ ବୋଲର୍ ଜିମ୍ବାୱେଙ୍କୁ ପ୍ରଥମ ମ୍ୟାଚ୍ରେ ୧୮୯ ଓ ଦ୍ୱିତୀୟ ମ୍ୟାଚ୍ରେ ୧୬୧ ରନ୍ର ସୀମିତ ରଖିଥିଲା । ଜିମ୍ବାୱେ ବୋଲର୍ ମଧ୍ୟ ଭାରତୀୟ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇବାରେ ବିଫଳ ହୋଇଛନ୍ତି । ଦ୍ୱିତୀୟ ମ୍ୟାଚ୍ରେ ଅବଶ୍ୟ ସେମାନଙ୍କୁ କିଛିଟା ସଫଳତା ମିଳିଥିଲା । ଉଭୟ ଶିଖର ଧାବନ୍ ଓ ଶୁଭମନ ଗିଲ୍ ଏ ଯାବତ୍ ଉତ୍ତମ ପ୍ରଦର୍ଶନ କରିଛନ୍ତି । କିନ୍ତୁ ରାହୁଲ ଲୟ ହାସଲ କରିପାରି ନାହାନ୍ତି ।
କେତେକ ପ୍ରମୁଖ ବୋଲର୍ଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲର୍ମାନେ ଉତ୍ତମ ପ୍ରଦର୍ଶନ କରିଥିଲେ । ଦୀପକ ଚାହର, ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର, ପ୍ରସିଦ୍ଧ କ୍ରିଷ୍ଣ ଓ ଅକ୍ଷର ପଟେଲ୍ଙ୍କ ଭଲ ଖେଳିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *