୬୪ ଗାଁର ୪୧ ହଜାର ଲୋକ ଜଳବନ୍ଦୀ

ପୁରୀ (ବୁ୍ୟରୋ): ନଦୀରୁ ଜଳସ୍ତର କମିବାରେ ଲାଗିଛି । ହେଲେ ଜିଲ୍ଲାରେ ବନ୍ୟାସ୍ଥିତି ଏବେ ବି ଗମ୍ଭୀର ରହିଛି । ଜିଲ୍ଲାର ମକରା, ରାଜୁଆ ଓ କୁଶଭଦ୍ରାରେ ଘାଇ ହେବା ଫଳରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ତତ୍ସହିତ ଶତାଧିକ ଗ୍ରାମ ଏବେ ପାଣିଘେରରେ । ସେହିଭଳି ହଜାର ହଜାର ହେକ୍ଟର ଜମିରେ ବନ୍ୟା ପାଣି ମାଡ଼ିଯାଇଛି । ଗାଁଦାଣ୍ଡ ଠାରୁ ଆରମ୍ଭ କରି ଧାନଜମିରେ ଲହଡ଼ି ମାରୁଛି ପାଣି । ଏହାରି ମଧ୍ୟରେ କିଛିଦିନ ବିତିଯାଇଥିଲେ ସୁଦ୍ଧା ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି ।
ପ୍ରଶାସନ ପକ୍ଷରୁ କେତେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନେକ ବିପନ୍ନଙ୍କ ନିକଟରେ ଆଜିସୁଦ୍ଧା ରିଲିଫ୍ ପହଞ୍ଚôପାରିନି । ଏପରିକି ପାନୀୟ ମଧ୍ୟ ସଠିକ୍ ପାଇପାରୁ ନାହାଁନ୍ତି । ଫଳରେ ରିଲିଫ୍ ଦୁଃଖ ଠାରୁ ବଳିପଡୁଛି ପିଇବା ପାଣି । । ଜିଲ୍ଲାର ୧୧ଟି ବ୍ଲକ୍ ମଧ୍ୟରୁ ୯ଟି ବ୍ଲକ୍ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟାରେ ୩୮୦ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ୨ଲକ୍ଷ ୭୫ହଜାର ୦୪୩ଜଣ ଲୋକ ବିପନ୍ନ ହୋଇଛନ୍ତି । ମୋଟ ୩୭୬ଟି ଗ୍ରାମର ୨ଲକ୍ଷ ୪୫ ହଜାର ୧୩୫ଜଣ ଜଳବନ୍ଦୀ ରହିଥିଲେ । ବନ୍ୟା ପାଣି କମୁଥିବାରୁ ରବିବାର ସୁଦ୍ଧା ୬୪ ଗାଁର ୪୧,୮୮୭ ଜଣ ଏବେ ବି ଜଳ ଘେରରେ ରହିଛନ୍ତି । ଜିଲ୍ଲାର ୫୨ହଜାର ୧୦୬ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ୬୩୯୬ ଜଣ ଆଶ୍ରୟସ୍ଥଳୀରେ ରହିଛନ୍ତି । ରବିବାର ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ୧୦୮.୨୫ କ୍ୱିଣ୍ଟାଲ୍ ଚୁଡ଼ା, ୩୩୩୬.୪୬ କ୍ୱିଣ୍ଟାଲ ଚାଉଳ, ୪୧୮.୮୬୨ କ୍ୱିଣ୍ଟାଲ୍ ଗୁଡ଼/ଚିନି, ୫୨୬୮ ରୋଲ୍ ପଲିଥିନ୍, ୫୦ ହଜାର ୬୮୦ ବୋତଲ ପାଣି, ୮୦୦୦ ପାଉଚ୍ ଓ ୨୦ ହଜାର ବିସ୍କୁଟ ବଣ୍ଟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *