୨୪ ଘଣ୍ଟାରେ ୨୭ ମୃତ

ପାହାଡ଼ୀ ରାଜ୍ୟରେ ଜଳପ୍ରଳୟ
ଶିମଳା/ଡେରାଡୁନ୍/ରାଞ୍ଚି,୨୦ ।୮: ଉତ୍ତର ଭାରତର ପାହାଡ଼ି ରାଜ୍ୟଗୁଡ଼ିକରେ ଶୁକ୍ରବାରଠାରୁ ବର୍ଷା ଲାଗି ରହିବା ଫଳରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟ ବିକରାଳ ରୂପ ନେଇଛି । ହିମାଚଳ ପ୍ରଦେଶରେ ଶନିବାର ୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୬ ଜଣ ନିଖୋଜ ରହିଛନ୍ତି । ଗୋଟିଏ ଦିନରେ ଅଚାନକ ବର୍ଷା ଓ ଭୂସ୍ଖଳନ ଯୋଗୁ ୪ଠଠ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ୭୪୩ ରାସ୍ତା ବିଚ୍ଛିନ୍ନ ହୋଇଥିବା ଖବର ମିଳିଛି । ସେହିପରି ଉତ୍ତରାଖଣ୍ଡରେ କ୍ରମାଗତ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ୪ ଜଣ ଲୋକଙ୍କ ମୃତୁ୍ୟ ଘଟିଛି, ୧୨ ଜଣ ନିଖୋଜ ରହିଛନ୍ତି ଏବଂ ୧୦ ଜଣ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡର ୩ ଜିଲ୍ଲା ପୌଡ଼ୀ, ତିହରି ଓ ଡେରାଡୁନ୍ରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଛି । ଚାରିଧାମ ଯାତ୍ରା ମାର୍ଗରେ ବଡ଼ ଧରରଣର ସମସ୍ୟା ଉପୁଜିଛି । ହାଇୱେ ବିଚ୍ଛିନ୍ନ ହେବା ଫଳରେ ଯାତ୍ରୀମାନେ ଏଠିସେଠି ଅଟକି ରହିଛନ୍ତି । ଗ୍ରାମାଞ୍ଚଳରେ ବ୍ୟାପକ କୃଷିକ୍ଷେତ୍ର ନଷ୍ଟ ହେବା ସହ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ପ୍ରବଳ ବର୍ଷା ଯୋଗୁ ହିମାଚଳର ଚମ୍ବା ଜିଲ୍ଲାରେ ଉତ୍ତର ଭାରତର ପ୍ରସିଦ୍ଧ ମଣି ମହେଶ ଯାତ୍ରାକୁ ଦୁଇଦିନ (ରିବି ଓ ସୋମବାର) ରୋକି ଦିଆଯାଇଛି । ଏହି ଯାତ୍ରା ଜନ୍ମାଷ୍ଟମୀରୁ ରାଧାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ । ହିମାଚଳ ପ୍ରଦେଶକୁ ଆସୁଥିôବା ପର୍ଯ୍ୟଟକମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇ ନଦୀ ଓ ସମ୍ଭାବ୍ୟ ଭୂସ୍ଖଳନ ଇଲାକାକୁ ନ ଯିବା ଲାଗି କୁହାଯାଇଛି । ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *