ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା

ବଢ଼ୁଛି ବୁଢ଼ାବଳଙ୍ଗ, ବୈତରଣୀ ଜଳସ୍ତର
ଭୁବନେଶ୍ୱର, ୨୦ା୮ (ବୁ୍ୟରୋ): ବର୍ଷାର ପରିମାଣ କମୁଥବାରୁ ବନ୍ୟା ରାଜ୍ୟରେ ବନ୍ୟାସ୍ଥିତିରେ ସୁଧାର ଆସୁଛି । ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗିଛି । ଛତିଶଗଡ଼ କିମ୍ବା ଅନ୍ୟ କୌଣସି ପ୍ରମୁଖ ନଦୀର ଉପର ମୁଣ୍ଡରେ ବର୍ଷା ହେଉ ନାହିଁ । ତେଣୁ ଜଳସ୍ତର କମୁଛି । ଆଗାମୀ ୨ ଦିନ ଭିତରେ ବନ୍ୟା ସ୍ଥିତିରେ ଆହୁରି ସୁଧାର ଆସିବ । ତୀବ୍ର ଅବପାତ ଯୋଗୁଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ବୁଢ଼ାବଳଙ୍ଗ ଓ ବୈତରଣୀରେ ଜଳସ୍ତର ବଢ଼ୁଛି । କିଛି ସ୍ଥାନରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି । ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।
ଲଘୁ·ପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୩୦ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବଂଶଧାରା ଓ ଜଳକା ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଉଥିବାବେଳେ ଆନନ୍ଦପୁରରେ ବୈତରଣୀ ବିପଦ ସଙ୍କେତ ପାର କରିଛି । ଆସନ୍ତାକାଲି ସକାଳ ସୁଦ୍ଧା ବୁଢ଼ାବଳଙ୍ଗ ବିପଦ ସଙ୍କେତ ଟପିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । କାଶିନଗର ଅଞ୍ଚଳରେ ବଂଶଧାରା ଫୁଲିବାରେ ଲାଗିଛି । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜର ୭ଟି ଗେଟ୍ ଖୋଲା ରହିଛି ଓ ପ୍ରାୟ ୪ଲକ୍ଷ କୁ୍ୟସେକ୍ କଳ ନିଷ୍କାସିତ ହେଉଛି । ଏହି ଜଳ ଆସନ୍ତା ୩୦ ଘଣ୍ଟା ମଧ୍ୟରେ ଏସବୁ ନଦୀରେ ଆସିଲେ ତା’ର ପ୍ରଭାବରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ ଆଦି ନଦୀରେ ବନ୍ୟା ହେବାର ଆଶଙ୍କା ରହିଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ।
ସେପଟେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମ୍ଭାବନା ଥିବା କହିଛନ୍ତି ଏସଆରସି । ସେହିପରି ବୁଢାବାଳଙ୍ଗ ନଦୀରେ ସାମାନ୍ୟ ବନ୍ୟା ଆଶଙ୍କା ରହିଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ପ୍ରଶାସନର ନଜରରେ ରହିବ । ଅବପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ ୭ ଗେଟ୍ ଖୋଲିଛି । ସେଠାରୁ ୧ ଲକ୍ଷ ୫ ହଜାର କୁ୍ୟସେକ ପାଣି ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ ।
ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ବୈତରଣୀରେ ସେପରି ସମସ୍ୟା ନାହିଁ । ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତୁ୍ୟ ହୋଇଥିବା ଏସ୍ଆର୍ସି ଶ୍ରୀ ଜେନା କହିଛନ୍ତି । ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ୩୭ ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ହୀରାକୁଦରୁ ୪ ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡିରେ ହୋଇଛି । ଯାହାର ପ୍ରଭାବରେ ତେଲ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖାଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀରେ ୭.୫୦ ହଜାର କୁ୍ୟସେକ ପାଣି ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ପାଣି ଯେତିକି ଆସୁଛି ତାହା ନଦୀ ଭିତରେ ହିଁ ରହିବ ବାହାରକୁ ଆସିବନି ବୋଲି ଏସ୍ଆର୍ସି ଶ୍ରୀ ଜନୋ କହିଛନ୍ତି ।
ସେପଟେ ଲଘୁ·ପ ଅବପାତରେ ପରିଣତ ହୋଇ ଓଡିଶା ଅତିକ୍ରମ କରିସାରିଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ ଜିଲ୍ଲାର ୭୩ ବ୍ଲକ୍ର ୬୦୭ ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୨ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୭୬୩ ଗ୍ରାମ ଜଳ ଘେରରେ ଥିବାବେଳେ ୪ ଲକ୍ଷ ୭୨ ହଜାର ଲୋକ ଜଳବନ୍ଦୀ ହୋଇ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୧୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହି ସବୁ ଅଞ୍ଚଳରେ ୨୪୮ ରିଲିଫ୍ କେନ୍ଦ୍ରରେ ୧ ଲକ୍ଷ ୪ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ବନ୍ୟାରେ ୧୮୬୬ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଲଗାଣ ବର୍ଷାରେ ୩୯୧୬ ଘର ଭାଙ୍ଗିଯାଇଛି । ସେହିପରି ଲଗାଣ ବର୍ଷାରେ ୮ ଜିଲ୍ଲାର ୫୨ ବ୍ଲକ ଅନ୍ତର୍ଗତ ୨୬୩ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୫୨୪ ଗ୍ରାମ ପ୍ରଭାବିତ ହୋଇଛି ଓ ୨୬ ହଜାର ୯୮୨ ଲୋକ ପ୍ରଭାବିତ ହୋଇଛନ୍ତି ଏହି ଅଞ୍ଚଳରେ ୧୪ ରିଲିଫ କେନ୍ଦ୍ରରେ ୨ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ।
ବନ୍ୟାପ୍ରଭାବିତ ଅଞ୍ଚଳରେ ୩ ଲକ୍ଷ ୮୭ ହଜାର ବିଦୁ୍ୟତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୩ ଲକ୍ଷ ୬୪ ହଜାର ଲୋକଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬୩ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲା ଯାଇଥିବାବେଳେ ୧୧୫ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍ ମୁତୟନ ହୋଇଛି । ଏହି ସମୟ ମଧ୍ୟରେ ୬୭୦୦ ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ ୧୨ ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି । ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛି । ୭ କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ ହଜାରରୁ ଊଦ୍ଧ୍ୱର୍ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯାଇଛି । ୧୦ ଜିଲ୍ଲାକୁ ମୋଟ ୬୧୩.୯୮୩ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୬୦ ପାଇପ୍ ଜଳଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ ୯ ପାଇପ୍ ଲାଇନ୍କୁ ସ୍ୱାଭାବିକ କରାଯାଇଛି । ୬୧୮ ନଳକୂପକୁ ବିଶୋଧନ କରାଯାଇଛି । ୧ ଲକ୍ଷ ୫୦ ହଜାର ପାଣି ବୋତଲ, ୭ ଲକ୍ଷ ୫୦ ହଜାର ପାଣି ପାଉଚ୍ ବଣ୍ଟାଯାଇଛି । ୧୫୩ ଭ୍ରାମ୍ୟମାଣ ଜଳଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *