୭ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଦହିକୋଟି ପୋଲ ଉପରେ ପାଣି
ବେତନଟୀ (ଆପ୍ର): ବେତନଟୀ ବ୍ଲକ୍ରେ ୧୪୭ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବ୍ଲକର୨୪ଟି ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରିଛି । ୭ଟି ସ୍ଥାନରେ ରାସ୍ତା ଓ ପୋଲ ଉପରେ ପାଣି ଚାଲୁ ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅଧିକାଂଶ ସ୍ଥାନରେ ପାଣି ନିଷ୍କାସନ ନ ହୋଇ ଘରେ ପଶିବା ଖବର ମଧ୍ୟ ମିଳିଛି ।
ବ୍ଲକ୍ର ବେତନଟୀ-ଦହିକୋଟି-ମେରଦା ରାସ୍ତାର ଦହିକୋଟୀ ପୋଲ ଉପରେ ପାଣି ଚାଲିବା ଫଳରେ ଏହା ବିପଦ ଶଙ୍କୁଳ ହୋଇ ପଡ଼ିଛି । ତେବେ ଏହି ପୋଲଟି ଉପରେ ବ୍ୟାରିକେଟ ନ ଥିବା ବେଳେ ଭରା ପାଣି ବିପଦ ଆଣିବାର ସମ୍ଭାବନା ଥିବାରୁ ଆରଡିର ସହକାରୀ ଯନ୍ତ୍ରୀ ସୁକୁମାର ଭୂୟାଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଭରା ପାଣିରେ ବହୁ ଲୋକ ମୋଟର ସାଇକେଲ ଓ ଅନ୍ୟାନ ଯାନ ବାହାନ ଚଢ଼ି ଯାଉ ଥିବାର ଦେଖା ଯାଇଛି । ପୁଲିସ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଦହିକୋଟୀ ପଞ୍ଚାୟତଟି ସମ୍ପୂର୍ଣ୍ଣ ଜଳବନ୍ଦୀରେ ରହିଛି । ଏହାସହିତ ମେରଦା, ଅଁଳା, ସନ୍ତରା, ଚା‚ିପଦା, ଯୁଗଳ, ମୁକ୍ତାପୁର, ସଠିଲୋ, ହାତୀଝୁରୀ, ପୁରିନ୍ଦା ପ୍ରଭୃତି ପଞ୍ଚାୟତରେ ଯାତାୟତ ପ୍ରଭାବିତ ହୋଇଛି । ଦହିକୋଟୀ ସରପଞ୍ଚ କ୍ଷୀରମଣୀ ମାରାଣ୍ଡି, ଯୁବନେତା ସ୍ୱରୂପ ତି୍ରପାଠୀ, ପୂର୍ବତନ ସରପଞ୍ଚ ଧନଞ୍ଜୟ ମାରାଣ୍ଡି, ଜ୍ଞାନରଞ୍ଜନ ବେହେରା, ପପୁ ଖଣ୍ଡେଲୱାଲା, ସୂର୍ଯ୍ୟାନନ୍ଦ ନାୟକ, ବେତନଟୀ ଥାନା ଏସ୍ଆଇ ବଳରାମ ମହାରଣା ପ୍ରମୁଖ ଲୋକଙ୍କୁ ସୁରକ୍ଷିତ ଯିବାଆସିବା ପାଇଁ ପରାମର୍ଶ ଦେଇଛନ୍ତି । ଦାରିହା କୁଣ୍ଡି ନିକଟରେ ମଧ୍ୟ ରାସ୍ତା ଉପରେ ଉଚ୍ଛୁଳା ପାଣି ଚାଲୁଛି । ପାଟଳୀପୁରା, ଗଡଦେଉଳିଆ ଓ କଳମା ପଞ୍ଚାୟତରେ ସତର୍କତା ଜାରି କରାଯାଇଛି । ଏହି ତିନୋଟି ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *