ମହାନଦୀରେ ଭାସିଗଲା ଡଙ୍ଗା, ବର୍ତ୍ତିଲା ୩ଠ ଜୀବନ
କେନ୍ଦ୍ରାପଡ଼ା, ୨୦ା୮(ଆପ୍ର): ମହାନଦୀର ପ୍ରଖର ସ୍ରୋତରେ ୩୦ ଯାତ୍ରୀଙ୍କୁ ନେଇ ମହାକାଳପଡ଼ା ଯାଉଥିବା ଏକ ଡଙ୍ଗା ୪ରୁ ୫ କିମି ଭାସି ଯାଇଥିଲା । ଏହି ଡଙ୍ଗା ପାରାଦୀପରୁ ବାହାରି ମହାକାଳପଡ଼ାର ବାହାକୁଦ ଘାଟକୁ ଯାଉଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ନଦୀ ମଝିରେ ଏହା ତଳକୁ ଖସି ଯାଇଥିଲା । ଡଙ୍ଗା ·ଳକ ଲଙ୍ଗର ପକାଇ ଏହାକୁ ଅଟକାଇଥିଲେ । ହଙ୍ଗା ଭାସିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଡଙ୍ଗାରେ ବସିଥିବା ଯାତ୍ରୀମାନେ ମହାକାଳପଡ଼ା ବିଡିଓ ଓ ଥାନାକୁ ଖବର ଦେଇଥିଲେ । ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଖରନାସିରୁ ଏକ ମେରାଇନ ବୋଟ ପଠାଯାଇଥିଲା । ସମସ୍ତଙ୍କୁ ଉଦ୍ଧାର କରାଯାଇ ଖରିନାଶୀ ଓ ବାହାକୁଦ ଜେଟିକୁ ଅଣାଯାଇଥିବା ଏସ୍ଆର୍ସି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏହି ଘାଟ ବେଆଇନ ଭାବରେ ·ଲୁଥିଲା । ବନ୍ୟା ସମୟରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥାଏ । କିନ୍ତୁ ଘାଟ ନିଲାମଧାରୀ ଓ ପ୍ରଶାସନର ଭିତିରି ବୁଝାମଣା ଯୋଗୁ ଡଙ୍ଗା ଚାଲୁଥିଲାବାରୁ ,ଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
