ରୋଗୀଙ୍କ ସମ୍ପର୍କୀୟ ଲହୁଲୁହାଣ

ସିକୁ୍ୟରିଟି ଗାର୍ଡ-ରୋଗୀ ଗଣ୍ଡଗୋଳ
ବଡ଼ଚଣା (ଆପ୍ର ): ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାର ଏକ ଅମାନବିକ ଘଟଣା ଘଟିଛି । ମାହାଙ୍ଗା ଥାନା କୋଳିଅଠା ଗ୍ରାମର ତାପସ ରଞ୍ଜନ ସାହୁ ଓ ତାଙ୍କ ଭଉଣୀ ବଡ଼ଚଣା ମେଡ଼ିକାଲକୁ ତାଙ୍କ ଭଉଣୀର ଦେହ ଭଲ ନ ଥିବାରୁ ଡାକ୍ତରଙ୍କ ପାଖକୁ ଆସିଥିଲେ । କାର୍ଯ୍ୟରତ ଡାକ୍ତରଙ୍କୁ ଦେଖା କରିବାକୁ ଅନ୍ୟ ରୋଗୀଙ୍କ ଭଳି ଭାଇ ଭଉଣୀ ବହୁ ସମୟ ଧରି ଧାଡ଼ିରେ ଅପେକ୍ଷା କରିଥିଲେ । ମାତ୍ର ପ୍ରତେକ୍ଷ ଦର୍ଶୀଙ୍କ କହିବା ମୁତାବକ ଧାଡି ଭାଙ୍ଗି ଭାଇଭଉଣୀ ଡାକ୍ତରଙ୍କୁ ଦେଖା କରିବାକୁ ଗଲା ବେଳେ କାର୍ଯ୍ୟରତ ଘରୋଇ ସିକୁ୍ୟରିଟିଙ୍କ ସହିତ ଭାଇ ତାପସର ଯୁକ୍ତି ହେଇଥିଲା ଓ ପରେ ପରେ ଉଭୟଙ୍କ ମଧ୍ୟରେ ବଚସା ଧସ୍ତାଧସ୍ତି ହେଇଥିଲା । ନିକଟରେ ଥିବା ଆଉ ଦୁଇ ଜଣ ସିକୁ୍ୟରିଟି କର୍ମଚାରୀ ମିଶି ତାପସଙ୍କ ତଳେ ପକାଇ ମଦ ମାରୁଥିବା ଏକ ଭିଡିଓ ଭାଇରଲ ହେବାରେ ଲାଗିଛି ।
ଏହି ସମୟରେ ସାଙ୍ଗରେ ଆସି ଥିବା ବିଚାରି ରୋଗୀ ଭଉଣୀ ମୋ ଭାଇଙ୍କୁ ଛାଡି ଦିଅ ବୋଲି କାକୁତି ମିନତୀ ହେଉଥିବା ଭିଡ଼ିଓରେ ଦେଖାଯାଉଛି । ଭଉଣୀ ଯେତ କାକୁତି ମିନତୀହେଇ କହିଲେ ମଧ୍ୟ ଘରୋଇ ସିକୁ୍ୟରିଟି ମାନେ ନ ଛୋଡ଼ବନ୍ଧା ହୋଇ ଭଉଣୀ ଆଗରେ ଭାଇକୁ ତଳେ ପକେଇ ଅସଭ୍ୟ ଭାସାରେ ଗାଳି କରୁଥିବା ପ୍ରତେକ୍ଷଦର୍ଶୀ ମଧ୍ୟ ସୂଚନା ଦେଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହେଇ ନାହିଁ ବୋଲି ବଡ଼ଚଣା ଥାନା ପକ୍ଷରୁ ସୂଚନା ମିଳିଛି । ଅନ୍ୟ ପଟେ ସିକୁ୍ୟରିଟିଙ୍କର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ନା ପସନ୍ଦ କରିଥିବା ବେଳେ, ପୂର୍ବରୁ କାର୍ଯ୍ୟରତ ସିକୁ୍ୟରିଟି ଙ୍କର ରୋଗୀଙ୍କ ପ୍ରତି ବ୍ୟବହାର ଖରାପ ରହୁଥିବା କିଛି ରୋଗୀ ଅଭିଯୋଗ କରିଛନ୍ତି । ବେଳେ ବେଳେ କାର୍ଯ୍ୟରତ ସିକୁ୍ୟରିଟିମାନେ ଡିୟୁଟି ସମୟରେ ମଦ୍ୟପାନ କରି କାର୍ଯ୍ୟ କରୁଥିବା ନଜର ଅଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *