ଧୋଇଗଲା କଲଭର୍ଟ, ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଫୁଲବାଣୀ (ବୁ୍ୟରୋ) : କନ୍ଧମାଳ ଜିଲ୍ଲା ପବିଙ୍ଗିଆ ପଞ୍ଚାୟତ ମୁଖ୍ୟାଳୟ ପବିଙ୍ଗିଆ ଠାରୁ ଲାମ ପଦର ଗାଁକୁ ସଂଯୋଗ କରୁଥିବା ପିଏମ୍ଜିଏସ୍ୱାଇ ସଡ଼କ ପାଜିମାହାଁ ନିକଟ କଲଭାଟଁ ଧୋଇ ହୋଇ ଯାଇଛି । ଫଳରେ ଅଞ୍ଚଳର ଲମ୍ବାପଦାର ଗାଁ, ତବିନି ପଦର, ପଥ ଖୋଲ ସହ ୫ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ସ୍କୁଲ ପିଲାମାନେ ମଧ୍ୟ ସ୍କୁଲ ଯାଇପାରୁନାହାନ୍ତି । ପବିଙ୍ଗିଆ ସରପଞ୍ଚ ଲାଲମୋହନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତିି ।
ସୂଚନା ଯୋଗ୍ୟ ଗତ ୫ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବା ସମୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି କଲଭର୍ଟ ମରାମତି କରିଥିଲେ । ତେବେ ବିଭାଗର ନିମ୍ନ ମାନର କାର୍ଯ୍ୟଯୋଗୁଁ କଲଭଟ ଲଗାଣ ବର୍ଷାରେ ଧୋଇହୋଇ ଯାଇଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି । ତୁରନ୍ତ କଲଭର୍ଟ ନିର୍ମାଣ ପାଇଁ ଦାବି କରାଯାଇଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଗଣେଶ ନାୟକଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ଏହାର ମରାମତି କରାଯିବ ବୋଲି କହିଛନ୍ତି ।