ତିନି ବର୍ଷ ମଧ୍ୟରେ ୯ଠ୮ ଟି-୨ଠ

ମୁମ୍ବାଇ, ୧୯ା୮ (ଏଜେନ୍ସି): ଟି-୨୦ ଏବେ କ୍ରିକେଟ୍ରେ ସର୍ବାଧିକ ଖେଳାଯାଉଥିବା ଫର୍ମାଟ୍ ଯେତେବେଳେକି ଦିନିକିଆ ମ୍ୟାଚ୍ କମ୍ ଖେଳାଯାଉଛି । ଟେଷ୍ଟରେ ବେଶୀ ବ୍ୟବଧାନ ନାହିଁ । ଗତ ତିନି ବର୍ଷ ମଧ୍ୟରେ ୯୦୮ ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥି ମଧ୍ୟରେ ୬୪୧ ମ୍ୟାଚ୍ ସେହି ଟିମ୍ ଖେଳିଛନ୍ତି, ଯେଉଁମାନେ ଟପ୍-୧୦ ମାନ୍ୟତାରେ ନାହାନ୍ତି ।
୨୦୦୭ ବିଶ୍ୱକପ୍ ପର ଠାରୁ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ସଂଖ୍ୟାରେ ଲଗାତାର ବୃଦ୍ଧି ଘଟିଛି ଯେତେବେଳେକି ସେହି ବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ୱକପ୍ ପର ଠାରୁ ଏହି (ଦିନିକିଆ) ଫର୍ମାଟ୍ରେ କମ୍ ମ୍ୟାଚ୍ ହୋଇଛି । ୨୦୦୭ ବିଶ୍ୱକପ୍ ପର ଠାରୁ ଟି-୨୦ ଫର୍ମାଟ୍କୁ ଲୋକପ୍ରିୟତା ମିଳିଥିଲା ।
ପରିସଂଖ୍ୟାନକୁ ଦେଖିଲେ ଜଣାପଡ଼େ, ଟି-୨୦ ଆସିବା ପରେ ଟିମ୍ଗୁଡ଼ିକ ପୂର୍ବାପେକ୍ଷା ୫୦-୬୦ କମ୍ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସାଧାରଣତଃ କୌଣସି ବିଶ୍ୱକପ୍ର ପରବର୍ତ୍ତୀ ତିନି ବର୍ଷରେ ହାରାହାରି ୩୨୨ ଦିନିକିଆ ମ୍ୟାଚ୍ ଖେଳାଯାଏ । କିନ୍ତୁ ୨୦୧୯ ବିଶ୍ୱକପ୍ ଫାଇନାଲ୍ ପରେ ଆଗାମୀ ତିନି ବର୍ଷ ମଧ୍ୟରେ ମାତ୍ର ୧୪୨ ଦିନିକିଆ ଖେଳାଯାଇଥିଲା ।
୨୦୧୯ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଥିବା ନୁ୍ୟଜିଲାଣ୍ଡ ଏହି ସମୟରେ ମାତ୍ର ୧୩ ଦିନିକିଆ ଖେଳିଛି । ତେବେ ଏହି ସମୟରେ ଟିମ୍ ଚାରି ଗୁଣ ଅଧିକ ଟି-୨୦ ମ୍ୟାଚ୍ ଖେଳିଥିଲା ଯେତେବେଳେକି ପୂର୍ବ ବିଶ୍ୱକପ୍ ଠାରୁ ଏ ଯାବତ୍ ୧୨୦ ଟେଷ୍ଟ ମ୍ୟାଚ୍ ଆୟୋଜିତ ହୋଇଥିଲା, କିନ୍ତୁ ପୂର୍ବରୁ ୧୩୪ ଟେଷ୍ଟ ହୋଇଥିଲା ।
ଗତ ତିନି ବର୍ଷ ମଧ୍ୟରେ ଟି-୨୦ରେ ମୋଟ୍ ୧୩୮୨ ଖେଳାଳି ପଦାର୍ପଣ କରିଥିଲେ । ସେଥି ମଧ୍ୟରୁ ୧,୨୫୭ ଖେଳାଳି ସେହି ୮୦ ଦେଶର, ଯେଉଁମାନେ ଟପ୍-୧୦ରେ ନାହାନ୍ତି । ସେହିପରି ଦିନିକିଆରେ ୨୩୦ ଓ ଟେଷ୍ଟରେ ମାତ୍ର ୧୧୯ ନୂଆ ଖେଳାଳି ଯୋଡ଼ି ହୋଇଛନ୍ତି । ବିଶ୍ୱରେ ମାତ୍ର ୧୨ ଦେଶ ଟେଷ୍ଟ ଖେଳୁଥିବା ବେଳେ ୨୬ ଦେଶ ଦିନିକିଆ ଓ ୯୦ ଦେଶ ଟି-୨୦ ଖେଳନ୍ତି ।
ଦିନିକିଆ ଉପରେ ଖେଳାଳିଙ୍କ ଭିନ୍ନ ଭିନ୍ନ ମତ
ନିକଟରେ ଇଂଲଣ୍ଡର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଟି-୨୦ ଓ ଟେଷ୍ଟକୁ ପ୍ରାଧାନ୍ୟ ଦେଇ ଦିନିକିଆରୁ ଅବସର ଘୋଷଣା କରିଥିଲେ । ଇଂଲଣ୍ଡର ମୋଇନ୍ ଅଲୀ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଖେଳାଳି ଟେଷ୍ଟ ଖେଳିବା ପସନ୍ଦ କରିବେ ଅଥବା ଟି-୨୦, କେହି ଦିନିକିଆ ଖେଳିବାକୁ ଚାହିଁବେନି । ବାଂଲାଦେଶର ଦିନିକିଆ ଅଧିନାୟକ ତମିମ୍ ଇକ୍ବାଲ୍ଙ୍କ କହିବାନୁଯାୟୀ ଦିନିକିଆ ବିଶ୍ୱକପ୍ର ଗୁରୁତ୍ୱ ଅନ୍ୟ କୌଣସି ଟ୍ରଫି ଠାରୁ ଅଧିକ ଏବଂ ଦିନିକିଆ କୁଆଡ଼େ ଯିବ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *