ସ୍କୁଲରେ ବଜ୍ରପାତ ୭ ଗୁରୁତର
ଗୋଡ଼-ହାତ କାମ କରୁନି
ଦେବଗଡ଼, ୧୯ା୮ (ଆପ୍ର): ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଶୁକ୍ରବାର ଅପରାହ୍ଣରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକସ୍ଥିତ ଏକ ସ୍କୁଲରେ ପାଠପଢ଼ା ·ଲିଥିବା ବେଳେ ବଜ୍ରପାତ ହେବାରୁ ଜଣେ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି । ସେମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ପିଲାମାନଙ୍କର ହାତ ଓ ଗୋଡ଼ ଠିକରୂପେ କାମ କରୁ ନ ଥିବା ଜଣାପଡ଼ିଛି । କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତ ହେବାରୁୁ ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ ଆହତ ହୋଇଛନ୍ତି । ଏମାନେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି । ପାଠପଢା ·ଲିଥିବାବେଳେ ଦିନ ୧ଟା ସମୟରେ ବଜ୍ରପାତ ହୋଇଥିଲା । କ୍ଲାସରେ ୧୫ ଜଣ ପିଲା ଥିଲେ ଓ ପ୍ରାୟ ୧୦ ଜଣ ଆହତ ହୋଇଥିଲେ । ତିନିଜଣଙ୍କୁ ସ୍କୁଲରେ ପ୍ରାଥମିକ ଚିକିତ୍ସା ବପରେ ଛାଡ଼ି ଦିଆଯାଇଥିଲା । ଅନ୍ୟ ୭ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସରେ ଦେବଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଜିଲ୍ଲା ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ବେହେରା ହସ୍ପିଟାଲରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ବୁଝିଛନ୍ତି । ବଜ୍ରପାତରେ ସ୍କୁଲରେ ଲାଗିଥିବା ବିଦୁ୍ୟତ୍ ସରଞ୍ଜାମଗୁଡ଼ିକ ପୋଡଯାଇଛି । ଏହାସହିତ କ୍ଲାସରୁମ୍ର ଛାତ କଣା ହୋଇ ଚଟାଣ ଫାଟି ଯାଇଛି ।