ଆଠଗଡ଼ରେ ପୁଣି ଦନ୍ତାକୁ ଗୁଳି

ହାତୀ ବଂଶ ପଦା କରିଦେବେ ଶିକାରୀ
ନରସିଂହପୁର, ୧୮ ।୮ (ଆପ୍ର): ଶିକାରୀମାନେ ଯେଉଁଭଳି ଭାବରେ ନିର୍ଭୟରେ ହାତୀ ଶିକାର କରୁଛନ୍ତି ଆଉ କିଛି ଦିନ ପରେ ହାତୀ ବଂଶ ଲୋପ ପାଇଯିବ । କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ପୁଣି ଏକ ଗୁଳି ଘାଇଲା ଦନ୍ତା ହାତୀ ବୁଲୁଛି । ନରସିଂହପୁର ପଶ୍ଚିମ ବନ ବିଭାଗ ଅଧୀନ ଚତରାପଦା ବିଟ୍ ଅଞ୍ଚଳରେ ଏହି ଦନ୍ତା ହାତୀଟି ବୁଲୁଥିବା ଠାବ କରିଛି ବନ ବିଭାଗ । ହାତୀ ଦେହରେ ୩ଟି ଦେଶୀଗୁଳି ବାଜିଛି । ଗ୍ରାମବାସୀମାନେ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ଏହାଦେଖି ପ୍ରଥମେ ଗଣମାଧ୍ୟମକୁ ଖବର ଦେବାପରେ ବନ ବିଭାଗକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚô ହାତୀଟିକୁ ଜଗି ରହିଛି । ଗୁଳିବିଦ୍ଧ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରାଯାଇ ତା’ର ଚିକିତ୍ସା କରାଯିବ । ହାତୀର ପଛ ବାମ ପାଖରେ ଦୁଇଟି ଏବଂ ପେଟ ପାଖରେ ଗୋଟିଏ ଗୁଳି ବାଜିଥିବାର ଲକ୍ଷ୍ୟ କରାଯାଇଛି । ତେବେ ଏ ବିଷୟରେ ଆଠଗଡ ଡିଏଫ୍ଓଙ୍କୁ ଖବର ଦିଆଯାଇଛି । ହାତୀଟିକୁ ଚିକିତ୍ସା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ପୂର୍ବରୁ ମଧ୍ୟ ନରସିଂହପୁର ଜୟପୁର ଓ ଆଠଗଡ଼ର ବାରଭାୟାରେ ଦୁଇଟି ଦନ୍ତାହାତୀକୁ ଗୁଳି କରାଯାଇଥିଲା । ପରେ ଚିକିତ୍ସା ଅବହେଳାରୁ ଦନ୍ତା ଦୁଇଟିଙ୍କର ମୃତୁ୍ୟ ଘଟିଥିଲା । ଜଙ୍ଗଲ ବିଭାଗର ଅବହେଳାରୁ ଶିକାରୀ ମାନେ ନିର୍ଭୟରେ ଏଭଳି ହାତୀ ଶିକାର କରୁଥିବା ସାଧାରଣରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ, କିଛି ମାସ ତଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ନରସିଂହପୁର ପୂର୍ବ ବନାଞ୍ଚଳ ଜୟପୁର ସେକ୍ସନରେ ଶିକାରୀ ଗୁଳିରେ ଗୋଟିଏ ଦନ୍ତାହାତୀ ଗୁରୁତର ଆହତ ହୋଇଥିଲା । ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବାରୁ ହାତୀଟି ଜଙ୍ଗଲ ଭିତରେ ଘୂରି ବୁଲିବା ସହିତ ଗର୍ଜନ ତର୍ଜନ କରୁଥିଲା । ହାତୀଟି ·ଲି ନ ପାରିବାରୁ ଜଙ୍ଗଲ ଭିତରେ ଥିବା ନାଳରେ ପଡ଼ି ଯାଇଥିଲା । ମାତ୍ର ସେଠାରୁ ଉଠି ପାରିନଥିଲା । ସେଠାରେ ଚିକ୍ରାର କରିଥିଲା । ଜଙ୍ଗଲକୁ ଯାଇଥିବା ଲୋକମାନେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ବନ ବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିଲା । ମାତ୍ର ହାତୀର ଜୀବନ ବଞ୍ଚାଇ ପାରିନଥିଲେ । ଶେଷରେ ହାତୀଟିର ମୃତୁ୍ୟ ଘଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *