ବିଜୁଳି କିଣିବା ଉପରେ କଟକଣା ଲଗାଇଲା କେନ୍ଦ୍ର

ଅନ୍ଧାର ହେବ ୧୩ ରାଜ୍ୟ!
ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଜୁଳି ସଙ୍କଟ ବଢ଼ିବାର ଆଶଙ୍କା ଦେଖାଦେଇଛି । ବିଜୁଳି ଉତ୍ପାଦନ କରୁଥିବା ପାୱାର୍ପ୍ଲାଣ୍ଟମାନଙ୍କ ବିପୁଳ ଦେୟ ବକେୟା ରଖିଥିବାରୁ ଏସବୁ ରାଜ୍ୟମାନଙ୍କୁ ପାୱାର ଏକ୍ସଚେଞ୍ଜ ଗୁଡ଼ିକରୁ ବିଜୁଳି କିଣିବା ଉପରେ କଟକଣା ଲଗାଇଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ।
ଏସବୁ ରାଜ୍ୟମାନେ ହେଲେ ତାମିଲନାଡୁ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମଣିପୁର, ମିଜୋରାମ, ଝାଡ଼ଖଣ୍ଡ, ବିହାର, ଜାମ୍ମୁ-କାଶ୍ମୀର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଛତିଶଗଡ଼ ।
ଏସବୁ ରାଜ୍ୟମାନେ ବିଜୁଳି ଉତ୍ପାଦନକାରୀ କମ୍ପାନିମାନଙ୍କ ବିପୁଳ ପରିମାଣର ଦେୟ ବକେୟା ରଖିଥିବାରୁ ଏମାନଙ୍କୁ ଦେଶର ୩ଟି ପାୱାର ଏକ୍ସଚେଞ୍ଜ- ଇଣ୍ଡିଆନ୍ ଏନର୍ଜି ଏକ୍ସଚେଞ୍ଜ, ପାୱାର ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଓ ହିନ୍ଦୁସ୍ତାନ ପାୱାର ଏକ୍ସଚେଞ୍ଜରୁ ବିଜୁଳି କିଣିବା ଉପରେ କଟକଣା ଲଗାଇଛି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅନ୍ତର୍ଗତ ପାୱାର ସିଷ୍ଟମ ଅପରେସନ କର୍ପୋରେସନ ଲିଃ (ପାସାକା) । ଏସବୁ ରାଜ୍ୟର ମୋଟ ୨୭ଟି ବିତରଣ କମ୍ପାନି ଉପରେ ଏହି କଟକଣା ଲଗାଯାଇଛି । ଏସବୁ ବିତରଣ କମ୍ପାନିମାନେ ମୋଟ ୫ଠ୮୫ କୋଟି ଟଙ୍କାର ବକେୟା ରଖିଛନ୍ତି ।
ପାସାକା ଭାରତୀୟ ଶକ୍ତି କ୍ଷେତ୍ରର ସମନ୍ୱିତ ପରିଚାଳନା କରିଥାଏ । ପ୍ରଥମ ଥର ପାଇଁ ପାସାକା ପକ୍ଷରୁ ଏତେସଂଖ୍ୟକ ରାଜ୍ୟଙ୍କ ଉପରେ କଟକଣା ଲଗାଯାଇଛି । ବିତରଣ କମ୍ପାନିମାନେ ପ୍ରବଳ ବକେୟା ରଖୁଥିବାରୁ ନିକଟରେ ଶକ୍ତି ମନ୍ତ୍ରାଳୟ ଏକ ନୂଆ ନିୟମ ପ୍ରଣୟନ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *