ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ବ୍ରିଜିଙ୍ଗ୍‌ ସେଞ୍ଚୁରୀ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୭ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ କଳାକାର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ‘ବ୍ରିଜିଙ୍ଗ୍‌ ସେଞ୍ଚୁରୀ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି । ଉଦୟଗିରି ଗୁମ୍ଫାର ଖାଦିତ ଚିତ୍ରରେ ସମ୍ରାଟ ଖାରବେଳ ଏବଂ କଳିଙ୍ଗ ସାମ୍ରାଜ୍ୟର ସମୟ ଉପରେ ଏହି ପୁସ୍ତକଟି ଲେଖାଯାଇଛି । ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମହାନ କାର୍ଯ୍ୟ ଓଡିଶାର ପ୍ରାଚୀନ କଳା, ଇତିହାସ ଏବଂ ଐତିହ୍ୟକୁ ଆଲୋକିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଓଡ଼ିଶାର ଭିଜୁଆଲ୍‌ ଆର୍ଟ ପ୍ରଦର୍ଶନ, ପ୍ରୋତ୍ସାହନ ଏବଂ ସଂରକ୍ଷଣ ପାଇଁ ଏକ ମିଶନ ସହ ଇଲା ପଣ୍ଡା ସେଣ୍ଟର ଫର ଆର୍ଟସ୍‌ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି । ଚିତ୍ରକଳା ସଂଗ୍ରହ ସହ ଚିତ୍ରଶିଳ୍ପୀ ଶ୍ରୀ ପଟ୍ଟନାୟକ ଉଦୟଗିରିର ଚିତ୍ର, ଲେଖା ଏବଂ ଖାଦିତ ଚିତ୍ରକୁ ଆଲୋକିତ କରି ପ୍ରାଚୀନ କଳିଙ୍ଗର କଳା ଏବଂ ସଂସ୍କୃତିକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି । ପୁସ୍ତକ ରିଲିଜ୍‌ ସମୟରେ ଆଇପିସିଏର ପ୍ରତିଷ୍ଠାତା ଟ୍ରଷ୍ଟି ପରମିତା ମହାପାତ୍ର ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *