ଓଳିଏ ଖାଇ ଓଳିଏ ଉପାସ
କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ାରେ ମହାନଦୀ ଓ ଏହାର ଶାଖା ନଦୀରେ ଆସିଥିବା ବନ୍ୟାରେ ଜିଲ୍ଲାବାସୀଙ୍କ ଦୁଃଖ ବଳିଯାଇଛି ପ୍ରଶାସନିକ ଅବହେଳା ପାଇଁ । ଯଦିଓ ବଡ଼ଧରଣ ଘାଇ ହୋଇ ନାହିଁ ତଥାପି ପାଇକାରେ ହୋଇଥିବା ଘାଇ ଗରଦପୁର ବ୍ଲକ୍ବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଲୁଣା ଓ କାରଣ୍ଡିଆୀରେ ଘାଇ ଯୋଗୁ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍ ଲୋକ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି । ଲୁଣା ଓ କରଣ୍ଡିଆରେ ବନ୍ୟାଜଳ ଲାଗି ଢିଅବଳରାମପୁର ଓ ଆଇତିପୁରବାସୀ ଜଳବନ୍ଦୀ ହୋଇଛନ୍ତି । ଅଞ୍ଚଳର କିଛି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଥିବା ବେଳେ ଅଧିକାଂଶ ଲୋକ ନିଜ ଘରର ଛାତ ଉପରେ ଧନଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଛନ୍ତି । ଆଈତିପୁରରେ ଯେଉଁଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ସେମାନଙ୍କୁ ଖାଦ୍ୟ ଦିଆଯାଉଛି, ଆଉ ଯେଉଁମାନେ ଛାତ ଉପରେ ଅଛନ୍ତି ତାଙ୍କ ପାଖରେ ରନ୍ଧା ନା ଶୁଖିଲା ଖାଦ୍ୟ କିଛି ବି ପହଞ୍ଚô ନାହିଁ । ସବୁଠୁ ବଡ କଥା ହେଲା ମେଡିକାଲ୍ ଟିମକୁ ପ୍ରଭାବିତ ଅଞ୍ଚଳ ଠାରୁ ଗୋଟିଏ କିମି. ଦୂର ବସପୁର ପାଖରେ ରଖାଯାଇଛି । ନଳକୂପ ଗୁଡିକ ବୁଡ଼ିଯାଇଥିବାରୁ ଲୋକଙ୍କ ପାଖରେ ପିଇବା ପାଣି ଟୋପେ ନାହିଁ । କ୍ୟାଣ୍ଡେଲ ଓ ରାସ୍ତା ଉପରେ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ପହଞ୍ଚି ପାରିନଥିବାରୁ ପ୍ରପୀଡ଼ିତଙ୍କ ଦୁର୍ଦଶା ୨ଗୁଣ ହୋଇଥିବା ଦେଖିବାକୁ ମିଳିଛି ।