କୁଶଭଦ୍ରାରେ ଚିନ୍ତା ବଢ଼ାଉଛି ଘଳିଆ

ଗୋପ (ଆପ୍ର): ଗୋପ ନିକଟ କୁଶଭଦ୍ରା ନଦୀରେ ଏବେ ବନ୍ୟା ଜଳ ବିପଦ ସଙ୍କେତ ତଳେ ଚାଲିଥିବା ବେଳେ ଏହାର ତିନିଟି ସ୍ଥାନରେ ଘଳିଆ ଏବେ ବିଭାଗର ଚିନ୍ତାର କାରଣ ପାଲଟିଛି । ଗୋପର ତରଡ଼ାପଡ଼ା ଗାଁ ଠାରେ ଥିବା ମା’ ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ପୂର୍ବରୁ ଏକ ଘଳିଆ ହୋଇଥିଲା । ଏହାକୁ ବନ୍ଦ କରାଯିବାକୁ ପ୍ରୟାସ ଚାଲିଥିବା ବେଳେ ଆଜି ସେଠାରେ ପୁନଃ ଆଉ ଏକ ଘଳିଆ ପଡ଼ିଛି । ସେହିପରି ଉକ୍ତ ସ୍ଥାନର ଠିକ୍ ସମ୍ମୁଖ ଭାଗରେ ଥିବା ନଦୀ ବନ୍ଧର ବାମ ପାଶ୍ୱର୍ ବଣିଆସାହି ନିକଟରେ ଥିବା ଘଳିଆ ରୋକିବାର ନାଁ ଧରୁନି । ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶଶିଭୂଷଣ ମିଶ୍ର, ନିର୍ବାହୀଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଏହାର ପ୍ରତିକାର ପାଇଁ ବାଲିବସ୍ତା ପକାଇ ପ୍ରୟାସ କରିଛନ୍ତି । ନଦୀ ବନ୍ଧରେ ମଧ୍ୟ ରାତି ସାରା ପାଟ୍ରୋଲିଂ କରାଯାଉଥିବା ଜଣାପଡ଼ିଛି । ଯେହେତୁ ଖଣ୍ଡିଆକୁଦ ଠାରେ ଘାଇ ସୃଷ୍ଟି ହୋଇ ବନ୍ୟାରେ ବୁଡ଼ିଛି ୭ ପଞ୍ଚାୟତର ଶତାଧିକ ଗାଁ । ଏହି ୩ ଘଳିଆ ଏବେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ସାଜିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *