ଟଳିନି ବିପଦ, ପୁଣି ଲଘୁଚାପ!

ଭୁବନେଶ୍ୱର, ୧୭ା୮ (ବୁ୍ୟରୋ): ବର୍ଷାର ଚିହ୍ନ ଲିଭିନି, ମାଟି ଶୁଖିନି । ଦୁଃଖ ଯାଇନି କି ଦେଇଯାଇଥିବା ଯନ୍ତ୍ରଣା ମଧ୍ୟ କମିନି । ଗତ ୯ ତାରିଖରେ ସୃଷ୍ଟ ଲଘୁଚାପର କୋପର ପ୍ରଭାବରେ ଏବେ ଅଧା ଓଡ଼ିଶା ଜଳବନ୍ଦୀ ହେବା ସହ ଗାଁରେ ବନ୍ୟା ପାଣି ଲହଡ଼ି ମାରୁଛି । ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖ ଯାଇନଥିବା ବେଳେ ଆଉ ଏକ ଲଘୁଚାପ ଆସୁଛି । ଦକ୍ଷିଣ ମିଅାଁମାର ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ତାରିଖରୁ ବର୍ଷା ଆରମ୍ଭ ହେବ । ହେଲେ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ ପ୍ରକାା କରିବା ସହ କିଛି ଜିଲ୍ଲାକୁ ଅରେଞ୍ଜ ଓ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅରେଞ୍ଜ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା ପରିମାଣ ୭ରୁ ୨୦ ସେଣ୍ଟି ମିଟର ଯାଏ ରହିବାକୁ ଥିବାବେଳେ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାଗୁଡ଼ିକରେ ବର୍ଷା କରିମାଣ ୭ରୁ ୧୨ ସେମି ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇଥିବା ପାଣିପାଗ କେନ୍ଦ୍ର ଦ୍ୱାରା ଜାରି ବୁଲେଟିନ୍ରୁ ପ୍ରକାଶ ପାଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ଜାରି ବୁଲେଟିନ୍ ଅନୁସାରେ, ୧୮ ତାରିଖ ବାଲେଶ୍ୱର, ଭଦ୍ରକ, ଯାଯପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼କୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ମୋଟ ୧୯ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଥିବାବେଳେ ଉକ୍ତ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି ।
ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ସାମଗ୍ରିକ ଭାବେ ବୃଦ୍ଧିପାଇବା ଆଶଙ୍କା ରହିଛି । ୧୯ ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ୧୭ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୧୯ ତାରିଖ ଦିନ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଭଦ୍ରକ, ଢେଙ୍କାନାଳ, ଅନୁଗୋଳ, ସମ୍ୱଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାଚୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଥିବାବେଳେ ଏଠାରେ ବର୍ଷା ପରିମାଣ ୭ରୁ ୨୦ ସେମି ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ଠିକ୍ ସେହିପରି ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, ନୂଅ ।ପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି ।
୨୦ ତାରିଖ ଦିନ ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ଓ ଏଠାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି । ଲଘୁଚାପ ଜନିତ ବର୍ଷା ପ୍ରଭାବରେ ୧୯ ଓ ୨୦ ତାରିଖରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ସମୟ ସମୟରେ ଘଣ୍ଟାପ୍ରତି ପବନର ବେଗ ୬୫ କିମି ଯାଏ ରହିପାରେ । ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଭୂସ୍ଖଳନ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି । ଏଥିସହ ଅଗଷ୍ଟର ଶେଷ ସପ୍ତାହରେ ମଧ୍ୟ ଲଘୁଚାପ ଭୟ ରହିଛି । ବାୟୁମଣ୍ଡଳରେ ଲମ୍ବିଥିବା ମୌସୁମୀ ଜନିତ ନିମ୍ନଚାପରେଖା ସହ ପୁଣି ଏକ ଘୁର୍ଣ୍ଣିବଳୟ ସକ୍ରିୟ ହୋଇ ବର୍ଷା କରିବା ନେଇ ସମ୍ଭାବନା ପ୍ରକାଶ ପାଇଛି । ଯାହା ଏବେ ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *