କୁଶଭଦ୍ରାରେ ୪ଠ ଫୁଟ୍ର ଘାଇ
ଗୋପ (ଆପ୍ର): ଗୋପ ବ୍ଲକ ଅଞ୍ଚଳରେ କୁଶଭଦ୍ରା ବନ୍ୟାଜଳ ବ୍ୟାପକ ଅଞ୍ଚଳ ଜଳପ୍ଳାବିତ କରିଛି । ବୁଧବାର ଭୋର ୪ ଟାରେ ନାଗପୁର ପଞ୍ଚାୟତ ଷୋଳପୁରସ୍ଥିତ ଖଣ୍ଡିଆକୁଦରେ ଏକ ୪୦ ଫୁଟ୍ର ଘାଇ ହୋଇ ଗୋପ ବ୍ଲକର ୭ ପଞ୍ଚାୟତରେ ପାଣି ସୁଅ ଛୁଟୁଛି । କିନ୍ତୁ ପ୍ରଶାସନିକ ଅଧିକାରୀମାନେ ବିଳମ୍ବରେ ପହଞ୍ଚିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି ।
କୁଶଭଦ୍ରା ପାଣି ଗୋପ ବ୍ଲକର ଗଣେଶ୍ୱରପୁର, ନାଗପୁର, ଡଭାର, ରାହାଙ୍ଗରଡା, ନୂଆଖୋଲମରା, ଅଣ୍ଢରା ଇଚ୍ଛାପୁର, ଖଣ୍ଡିଆକୁଦ ପ୍ରବେଶକରି ତାଣ୍ଡବ ରଚିଛି । ଖଣ୍ଡିଆକୁଦ ବେହେରା ସାହିରେ ପ୍ରାୟ ୨୦ ପରିବାର ଗୃହପାଳିତ ପଶୁଙ୍କ ସହିତ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟା ସତ୍ତ୍ୱେ ବୁଧବାର ସକାଳୁ ସଂଧ୍ୟା ୭ଟା ସମୟ ପର୍ଯ୍ୟନ୍ତ ବିପନ୍ନଙ୍କ ନିକକଟରେ ପ୍ରଶାସନ ପହଞ୍ଚି ପାରିନଥିଲା । ଅନ୍ୟପକ୍ଷରେ ଅପରାହ୍ଣ ୪ଟାରେ ବର୍ଷା ସହିତ ଜୋର ପବନ ହେବାରୁ ନଦୀ ବନ୍ଧରେ ଆଶ୍ରୟ ନେଇଥିବା ୨ଶହ ଲୋକ ଓ ଗୃହପାଳିତ ପଶୁପକ୍ଷୀ ଓଦା ହୋଇ ଦୁର୍ଦ୍ଦଶା ଭୋଗିଥିଲେ । ସେମାନଙ୍କୁ ପଲିଥିନ୍ କିମ୍ବା ରିଲିଫ୍ ଦିଆଯାଇ ନାହିଁ । ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ପରିବାର ସହିତ ଯୋଗାଯୋଗ ମଧ୍ୟ ହୋଇ ଥିବା ବେହେରା ସାହିବାସୀ ଅଭିଯୋଗ କରିଛନ୍ତି ।