ସାତଶଙ୍ଖ-ବଳଙ୍ଗା-ନିମାପଡ଼ା ବିଚ୍ଛିନ୍ନ

ବଳଙ୍ଗା (ଆପ୍ର): ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦସଙ୍କୁଳ ଅବସ୍ଥାରେ ପ୍ରଭାବିତ ହେଉଛି । ଏହାରି ମଧ୍ୟରେ ପାଣି ଯେତିକି ବଢୁଛି ସେତିକି ନଦୀବନ୍ଧରେ ଘଳିଆ ପଡୁଛି । ଫଳରେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି । ଅନେକ ସ୍ଥାନରେ ଘଳିଆ ପଡ଼ି ରାସ୍ତା ଓ ଗାଁକୁ ପାଣି ପ୍ରବେଶ କରିଛି । ଯାହାଫଳରେ ସାତଶଙ୍ଖ-ବଳଙ୍ଗା-ନିମାପଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିଭଳି ଉକ୍ତ ରାସ୍ତାରେ ରହିଥିବା ଧନୁଆଁ ନଦୀରେ ମଧ୍ୟ ମାତ୍ରାଧିକ ଜଳ ପ୍ରଭାବିତ ହୋଇଛି । ଫଳରେ ଅନେକ ଗାଁଗୁଡ଼ିକ ଜଳମଗ୍ନ ହୋଇଛି । ବିଶେଷ ଭାବେ ବାଲିଆଦେଉଳିଠାରୁ ଗୋପୀନାଥପୁର ତେରହଳ ମଧ୍ୟରେ ୬ଟି ସ୍ଥାନରେ ଘଳିଆ ପଡ଼ିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ମଧ୍ୟ ନଦୀବନ୍ଧ ଦବି ଯାଇଛି । ସାତଶଙ୍ଖ-ବଳଙ୍ଗା-ନିମାପଡ଼ା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୋପୀନାଥପୁର ସରପଞ୍ଚ ପ୍ରଭାତ ରାଏ ଓ ରଥପୁରୁଷୋତ୍ତମ ସରପଞ୍ଚ ସୁବାଷ ପଲେଇ, ସମିତିସଭ୍ୟ ସନ୍ତୋଷ ସାହୁ ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ସହ ବିପନ୍ନଙ୍କ ନିକଟରେ ରିଲିଫ୍ ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *