ବିପନ୍ନଙ୍କୁ ଉଦ୍ଧାର ଓ ରିଲିଫ୍

ରାଜସ୍ୱ ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରି·ଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନାଙ୍କ କାର୍ଯ୍ୟାଳୟରେ ବନ୍ୟାସ୍ଥିିତି ସମ୍ପର୍କିତ ସମୀକ୍ଷାରେ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ଦିଗରେ ଗୁରୁତ୍ୱ ଦେଇ ପଦକ୍ଷେପ ନିଅ । ବନ୍ୟା ପ୍ରଭାବିତଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ ମହାନଦୀ ଅବବାହିକାରେ ବଡ଼ବନ୍ୟା ହୋଇଛି । ଅନେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଏଭଳି ଅବସ୍ଥା ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । ତେବେ ଏ ସ୍ଥିତିରୁ ମୁକୁଳିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀମତି ମଲ୍ଲିକ କହିଛନ୍ତି ।
ବନ୍ୟା ଯୋଗୁଁ ମହାନଦୀ ଅବବାହିକାରେ ମଙ୍ଗଳବାର ୨ଟି ଓ ବୁଧବାର ଆଉ ୨ଟି ଘାଇ ସୃଷ୍ଟି ହୋଇଛି । ୨୦୧୧ ପରେ ରାଜ୍ୟରେ ପ୍ରଥମ ଥର ଏଭଳି ବନ୍ୟା ହୋଇଛି । ଘଣ୍ଟାକୁ ୧୭ ହଜାର କୁ୍ୟସେକ ପାଣି ମୁଣ୍ଡୁଳୀରୁ ଖସୁଛି । ପରେ ଘଣ୍ଟାକୁ ୨୫ ହଜାର କୁ୍ୟସେକ ପାଣି ତଳକୁ ଖସିବ । ପୁନର୍ବାର ମଙ୍ଗଳବାର ହୀରାକୂଦରେ ଖୋଲା ଯାଇଥିବା ଗେଟରୁ ବନ୍ୟାଜଳ ମୁଣ୍ଡଳୀରେ ଗୁରୁବାର ସକାଳେ ପହଞ୍ଚôବ । ପ୍ରାୟ ୯ରୁ ୧୦ ଲକ୍ଷ କୁ୍ୟସେକ ପାଣି ନିଷ୍କାସିତ ହେବ । କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଏହି ସବୁ ଜିଲ୍ଲାର ବନ୍ୟା ପ୍ରଭାବିତି ଅଞ୍ଚଳକୁ ଓଡ୍ରାଫ, ଏନ୍ଡିଆର୍ଏଫ୍, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ୍କୁ ପଠାଯାଇ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ବନ୍ୟାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଲଗାତର ସମନ୍ୱୟ ରଖାଯାଉଛି । ବନ୍ୟା ଛାଡିବା ମାତ୍ରେ ନଳକୂପକୁ ସଫା କରାଯିବ । ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମ୍ କିଟ୍ ଅଧିକ ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ତା ସହିତ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *