ଚାଷ ଉଜାଡ଼ିଲା ମହାନଦୀ ବନ୍ୟା
ଆଠମଲ୍ଲିକ (ଆପ୍ର): ଚଳିତ ମହାନଦୀ ବନ୍ୟାରେ ଆଠମଲ୍ଲିକ ବ୍ଲକର ନଦୀ କୂଳରେ ଥିବା ହଜାର ହଜାର ଏକର ·ଷ ଜମି ବନ୍ୟା ପାଣିରେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଅଧିକ କ୍ଷତି ହୋଇଥିବା ପଂ·ୟତ ଗୁଡିକ ମଧ୍ୟରେ ଲୁହାସିଙ୍ଗା, ଜାମଡୁଲୀ ଓ ଅଇଡ଼ା ଅନ୍ତର୍ଭୁକ୍ତ । ଆଠମଲ୍ଲିକର ୧୧ଟି ପଞ୍ଚୟତର ୫୬ଟି ରାଜସ୍ୱ ଓ ଏନ.ଏ.ସି. ପ୍ରଭାବିତ ହୋଇଛି ସବୁଆଡ଼େ ବହୁମୂଲ୍ୟ ଫସଲ ମାଟିରେ ମିଶି ଯାଇଥିବା ପରିଲିକ୍ଷିତ ହେଉଛି । ଦୀର୍ଘ ବର୍ଷ ବ୍ୟବଧାନରେ ଏ ବର୍ଷ ବଡ଼ ଧରଣ କ୍ଷତି ହୋଇଥିବା ଦେଖାଯାଇଛି । ବିଗତ ·ରିଦିନ ହେବ ଆଠମଲ୍ଲିକ ଠାରୁ ବିନିକେଇର ଯୋଗାଯୋଗ ବିଛନ୍ନ ହୋଇଛି । କଣ୍ଟିଆଣି ଓ ଚଣାଗଡି ନାଳ ଉପରେ ୬- ୭ ଫୁଟର ପାଣି ଯାଉଛି, ଜରୁରୀ ସ୍ଥଳେ ଲୋକେ ଡଙ୍ଗାରେ ପାରି ହେଉଛନ୍ତି । କିଛ ସ୍ଥାନ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ତରଣୀ ସୁନା, ତହସିଲଦାର ସୋଫି ସୈନିକା, ବି.ଡି.ଓ. ସନ୍ତୋଷ ସାହୁ, ଡିଏସ୍ପି ଚନ୍ତାମଣି ପ୍ରଧାନ ପ୍ରମୁଖ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରି ରନ୍ଧା ଖାଦ୍ୟ ଦେଇଥିବା ଜଣାଯାଇଛି ।
ଗତ ୪ ଦିନରୁ ଊଦ୍ଧ୍ୱର୍ ସମୟ ହେଲା ଜମି ସବୁ ପାଣିରେ ବୁଡି ରହିଛି । ଗତକାଲି ପାଣି ଧୀରେ ଧୀରେ କାମୁଥିଲା ମାତ୍ର ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ହୀରାକୁଦରେ ଅଧିକ ସଂଖ୍ୟକ ଗେଟ ଖୋଲିବା ଯୋଗୁଁ ଆଜି ପୁଣି ବଢିବାରେ ଲାଗିଛି । ଯେଉଁ ଜମି ଗୁଡିକରୁ ପାଣି ଛାଡିଯାଇଛି ସେହି ଜମି ଗୁଡିକରେ ଆଣ୍ଠୁଏ ବହଳର ଅଳିଆ ଜମାହୋଇଥିବା ଦେଖାଯାଇଛି । ସବସିଡିରେ ସାର, ବିହନ ନ ପାଇ କଳାବଜାରୀ ଦରରେ ବହୁ ମୂଲ୍ୟ କିଣି ·ଷୀ ଯେଉଁ ·ଷ କରିଥିଲା ତାହା ଆଜି ନିମିଷକେ ବୁଡିଗଲା । ସରକାରୀ ଆକଳନରେ ଆଠମଲ୍ଲିକ ବ୍ଲକ ରେ ୫୦୦୦ ଏକର ଫସଲ ବନ୍ୟା ପାଣି ମାଡିଯାଇଛି । ଏ ଦିଗରେ ଆଠମଲ୍ଲିକ ସହକାରୀ ବ୍ଲକ କୃଷି ଅଧିକରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ- ବନ୍ୟା ଛାଡିଲା ପରେ କୃଷି ଓ ରାଜସ୍ୱ ବିଭାଗର ମିଳିତ କ୍ଷୟକ୍ଷତି ଆକଳନ ପରେ ସରକାରୀ ନିୟମ ଭିତ୍ତିରେ ·ଷୀମାନଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯିବ ଓ ପୁନର୍ବାର ·ଷ ପାଇଁ ସହାୟତା ଦିଆଯିବ ।