ପୁରୀ ଜିଲ୍ଲାରେ ଲକ୍ଷାଧିକ ଜଳବନ୍ଦୀ

ପୁରୀ/କଣାସ (ବୁ୍ୟରୋ): ଜିଲ୍ଲାରେ ଚଳିତବର୍ଷ ବନ୍ୟା ତାଣ୍ଡବ ରଚିଛି । ମକରା ନଦୀରେ ଘାଇ ହେବାର ୨୪ ଘଣ୍ଟା ନ ପୂରୁଣୁ ପୁଣି ଜିଲ୍ଲାର କଣାସ ବ୍ଲକ୍ ରାଜୁଆ ଓ ଗୋପ ବ୍ଲକ୍ର କୁଶଭଦ୍ର ନଦୀରେ ଘାଇ ହୋଇଛି । ଫଳରେ ଲଗାତାର ଘାଇ ହେବା ଦ୍ୱାରା ଜିଲ୍ଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଜିଲ୍ଲାର ତିନୋଟି ନଦୀରେ ୩ଟି ଘାଇ ହେବା ଫଳରେ ୪୦ରୁ ଊଦ୍ଧ୍ୱର୍ ପଞ୍ଚାୟତର ଏବେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ବିଶେଷ ଭାବେ ବନ୍ୟାର ତାଣ୍ଡବରେ ଛାର୍ଖାର୍ ହୋଇଯାଇଛି ପୁରୀ ଜିଲ୍ଲା କଣାସ ବ୍ଲକ୍ର ୧୧ପଞ୍ଚାୟତ । ହଜାର ହଜାର ଲୋକେ ଏବେ ପାଣିଘେରରେ । ଯେଉଁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଏପରିକି ବନ୍ୟା ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ବିପନ୍ନମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇପାରିନି ପ୍ରଶାସନ । ଲୋକଙ୍କ ପାଇଁ କାର୍ଯ୍ୟ କରାଯାଉଛି ବୋଲି ଗଣମାଧ୍ୟମରେ ସୂଚନା ଦେଉଥିବା ବେଳେ ବାସ୍ତବରେ ଲୋକଙ୍କ ଅସୁବିଧାକୁ ଅଗ୍ରାଧିକାର ଦେଉନାହିଁ ପ୍ରଶାସନ ।
ଅନ୍ୟପକ୍ଷରେ ଲୋକଙ୍କ ନିକଟରେ ଆବଶ୍ୟକ ପରିମାଣର ପିଇବା ପାଣି ଓ ରନ୍ଧାଖାଦ୍ୟ ପହଞ୍ଚôପାରି ନାହିଁ । ଫଳରେ ବନ୍ୟା ବିପନ୍ନମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏବେ ନଦୀ ବନ୍ଧ ଓ ଖୋଲା ଛାତ ପାଲଟିଛି ଲୋକଙ୍କ ଆଶ୍ରୟସ୍ଥଳୀ । ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ଖଣ୍ଡେ ଲେଖାଏଁ ଜରିପାଲ ଯୋଗାଇ ଦିଆଯାଇ ନାହିଁ । ବନ୍ୟାର ପ୍ରକୋପରେ ସେମାନଙ୍କ ଘରେ ପାଣି ପ୍ରବେଶ କରିଥିବାବେଳେ ସେମାନେ ଏବେ ଆଶ୍ରୟ ନେଇଛନ୍ତି ଛାତ ଉପରେ । ତଳେ ପାଣି ଓ ଉପର ଟାଣ ଖରା ସେମାନଙ୍କ ଚଳଣିରେ ବାଧକ ସୃଷ୍ଟି ହୋଇଛି । କେବେ ପାଣି କମିବ ସେମାନେ ଏହି ଦୁଃଖରୁ ଉପଶମ ହେବେ ତାହା ଏବେ ସେମାନଙ୍କୁ ଚିନ୍ତା ଘାରିଛି । ଏପରିକି ବନ୍ୟା ପାଣି ଘରେ ପ୍ରବେଶ କରିବା ଫଳରେ ସେମାନେ ପିନ୍ଧିଥିବା ବସ୍ତ୍ର ବ୍ୟତିତ ଅନ୍ୟ ବସ୍ତ୍ର ବଦଳାଇବାକୁ ମଧ୍ୟ ନାହିଁ । ଏହି ସମୟରେ ସେମାନଙ୍କ ନିକଟରେ କାହାର ଦେଖାନାହିଁ । ସେହିଭଳି ଗୋପର କୁଶଭଦ୍ରାରେ ଘାଇ ହେବା ଦ୍ୱାରା ୪ରୁ ଊଦ୍ଧ୍ୱର୍ ପଞ୍ଚାୟତ ଏବେ ପାଣିଘେରରେ ରହିଛନ୍ତି । ଅନ୍ୟପଟରେ ଜିଲ୍ଲାର ପିପିଲି, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀ ବ୍ଲକ୍ର ଅନେକ ଗାଁ ଲୋକେ ଏବେ ଜଳଘେରରେ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *