ସ୍ଥିତି ସଙ୍ଗିନ୍, ବଡ଼ ବନ୍ୟା ଆଶଙ୍କା
ଭୁବନେଶ୍ୱର/ସମ୍ବଲପୁର, ୧୬ା୮ (ବୁ୍ୟରୋ): ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାବେଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟରେ ବର୍ଷା କମିଥିଲେ ମଧ୍ୟ ଛତିଶଗଡ଼ ଓ ଅନ୍ୟ ଉପର ଅଞ୍ଚଳରେ ଜାରି ଥିବା ବର୍ଷା ଫଳରେ ରାଜ୍ୟକୁ ପ୍ରବଳ ପାଣି ପ୍ରବେଶ କରୁଛି । ଫଳରେ ହୀରାକୁଦରେ ଜଳସ୍ତର ବଢୁଛି । ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଗତ ୧୪ ତାରିଖରୁ ହୀରାକୂଦର ୨୬ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ହେଲେ ଏବେ ଡ୍ୟାମ୍ର ସୁରକ୍ଷା ତଥା ବନ୍ୟାଜଳର ସୁପରିଚାଳନା କରିବା ପାଇଁ ଅଧିକ ଗେଟ୍ ଖୋଲାଯାଇଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହୀରାକୂଦର ମୋଟ ୪୦ ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ପ୍ରଶାସନିକ ସ୍ତରରୁ ସୂଚନା ମିଳିଛି । ଅଧା ରାଜ୍ୟ ଏବେ ଜଳଯନ୍ତ୍ରଣା ଭୋଗୁଥିବାବେଳେ ଆସନ୍ତା ୨ରୁ ୩ ଦିନ ଏପରି ସ୍ଥିତି ଲାଗି ରହିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ମହ÷ାନଦୀ ସହ ଶାଖା ନଦୀରେ ଆସିଥିବା ଏହି ନଈବଢ଼ୀ ଲୋକଙ୍କୁ ଦୁର୍ଦ୍ଦିନ ଦେଖାଉଥିବା ନଜରକୁ ଆସିଛି ।
ପ୍ରବଳ ବର୍ଷା ଏବଂ ମହାନଦୀରେ ଆସିଥିବା ମଧ୍ୟମ ଧରଣର ବନ୍ୟା ନେଇ ରାଜ୍ୟର ବହୁ ଅଞ୍ଚଳ ଏବେ ଜଳମଗ୍ନ ରହିଛି । ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା ଥିବାବେଳେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଛି । ମହାନଦୀ ଅବବାହିକାର ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ନଈ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି । କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି । ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି । ଫଳରେ ଚଳିତ ଖରିଫ୍ ଚାଷ ଅମଳକୁ ନଈବଢ଼ୀ ଉଜାଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟ ଏକ କାରଣ ମହାନଦୀର ବନ୍ୟାଜଳ ଯୋଗୁଁ ଏହାର ଶାଖାନଦୀଗୁଡ଼ିକର ଜଳ ନିଷ୍କାସିତ ହୋଇପାରୁ ନାହିଁ । ଶାଖାନଦୀଗୁଡ଼ିକର ଜଳ ପଛ ଘୁଞ୍ଚା ଦେଇ ଗାଁ ଗଣ୍ଡାରେ ପ୍ରବେଶ କରୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ନଜରକୁ ଆସିଛି । ଅନ୍ୟପଟେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ହୀରକୁଦ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।
ସେପଟେ ମଙ୍ଗଳବାର ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ୧୨ ଲକ୍ଷ କୁ୍ୟସେକ୍ ପ୍ରତି ସେକେଣ୍ଡ ହିସାବରେ ପ୍ରବାହିତ ହୋଇଛି । ତେଣୁ ନଦୀ ବନ୍ଧ ପ୍ରତି ଅଧିକ ସତର୍କ ରହିବା ସହ ଆସନ୍ତା ୪୮ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା କହିଛନ୍ତି । ସୋମବାର ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କୁ୍ୟସେକ୍ ପାଣି ପାସ୍ କରିଛି । ଖଇରମାଳ ପାସ୍ କରିଥିବା ପାଣି ମଙ୍ଗଳବାର ମୁଣ୍ଡଳି ଦେଇ ପ୍ରବାହିତ ହୋଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ରାଜ୍ୟରେ ଉଚ୍ଚ ଓ ମଧ୍ୟମ ଧରଣର ବନ୍ୟା ହୋଇଥିବା କହିପାରିବା । ପାଣି ଘେରରେ ଗାଁଗୁଡିକରେ ସ୍କୁଲ ବନ୍ଦ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ବନ୍ୟା ମୁକାବିଲାରେ ଦାୟିତ୍ୱରେ ସରକାରୀ କର୍ମଚାରୀ ନିୟୋଜିତ ହେବେ ।
ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ନଈ କୂଳିଆ ତଥା ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ରନ୍ଧା ଖାଦ୍ୟ ସହ ପାନୀୟ ଜଳ ଦିଆଯାଉଛି । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେପଟେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ସେଥିପାଇଁ ସତର୍କ ରହିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲା ଦାୟିତ୍ୱରେ ଥିାବ ସ୍ୱତନ୍ତ୍ର ଅଧିକାରୀ ଏଥିପ୍ରତି ଦୃ୍େଟି ଦେବା ସହ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରୁଛନ୍ତି । ଆଗାମୀ ୩ଦିନ ପର୍ଯ୍ୟନ୍ତ ଲୋକମାନେ ସହଯୋଗ କରନ୍ତୁ । ସୁରକ୍ଷା ପାଇଁ ଆବଶ୍ୟକସ୍ଥଳେ ବିଦୁ୍ୟତ ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।ଚଟକ, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବନ୍ୟାରେ ବିଶେଷ ପ୍ରଭାବିତ ହୋଇଛି ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି ।
ଅନ୍ୟପଟେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ କହିବା ଅନୁସାରେ ବନ୍ୟା ନିୟନ୍ତ୍ରଣ କରିବାକୁ ଜଳ ଭଣ୍ଡାର ନିର୍ମାଣ କରାଯାଇଥାଏ । ନିୟନ୍ତ୍ରଣ ପାଇଁ ଟେକ୍ନିକାଲ କମିଟି ନିଷ୍ପତ୍ତି ଅନୁସାରେ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ । ଗେଟ୍ ଖୋଲିବାରେ ଛତିଶଗଡ଼ ସହ କିଛି ସମ୍ପର୍କ ନାହିଁ । ୪୦ ଗେଟ୍ ଖୋଲାଯିବା ପରେ ଉକ୍ତ ବନ୍ୟାଜଳ ୩୬ ଘଣ୍ଟା ମଧ୍ୟରେ ମୁଣ୍ଡୁଳି ଦେଇ ପ୍ରବାହିତ ହେବ । ତେବେ ଏହାର ପ୍ରଭାବ ସେତେ ଅଧିକ ହେବନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେହିପରି ତେଲ ନଦୀ ଓ ଅନ୍ୟାନ୍ୟ ନଦୀର ଜଳ ସ୍ତର କମିଲାଣି ବୋଲି ସେ କହିଛନ୍ତି ।
ସେପଟେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମହାନଦୀ, ବୈତରଣୀ, ଜଳକା ବିପଦ ସଙ୍କେତ ଉପରେ ରହିଛି । ସେହିପରି ଦେବୀ, କୁଶଭଦ୍ରା, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବଂଶଧାରା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଛି । ପୂର୍ଣ୍ଣିମା ପକ୍ଷ ନଥିବାରୁ ସମୂଦ୍ର ପାଣି ଟାଣୁଛି । ୨ରୁ ୩ ଦିନ ମଧ୍ୟରେ ଜଳ ନିଷ୍କାସନ ବୃଦ୍ଧି ପାଇବ ବୋଲି ବିଭାଗୀୟ ଅଧିକାରୀ ଆଶା ରଖିଛନ୍ତି । ସେହିପରି ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଲଘୁଚାପକୁ ଦୃଷ୍ଟିରେ ରଖି ହୀରାକୂଦ ଜଳଭଣ୍ଡାରର ୪୦ ଗେଟ୍ ଦେଇ ଜଳ ପ୍ରବାହିତ ହେଉଛି । ଡ୍ୟାମ୍ର ଜଳସ୍ତର ହ୍ରାସ ପାଇଲେ ପରବର୍ତ୍ତୀ ସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି ।