ପୋଡ଼ପମେଟାର ଆଉ ୩ ଘର ସମୁଦ୍ର ଗର୍ଭରେ

ଗଞ୍ଜାମ (ଆପ୍ର): ପୂର୍ଣ୍ଣମୀ ଜୁଆର ସାଙ୍ଗକୁ ଲଘୁଚାପ ଜନିତ ଅଶାନ୍ତ ସମୁଦ୍ରର ଉଚ୍ଚ ଲହଡ଼ିମାଡ଼ ପ୍ରଭାବରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ୩ଟି ଘର ସମୁଦ୍ରରେ ଲୀନ ହୋଇଛି । ଉକ୍ତ ଗ୍ରାମରେ ପରିବାରକୁ ନେଇ ରହୁଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ସିଏଚ୍ ନାର୍ଶା, ଜେ.ସୁକାାନ୍ତି, ଜେ. ଟିଟୁ, ସିଏଚ୍. ବୁଲଡ଼ୁ, ଜେ. ଶିବାନନ୍ଦ ପ୍ରମୁଖ ୬ ପରିବାରକୁ ପ୍ରଶାସନ ପକ୍ଷରୁ ଓଡିଆର୍ପି ଗୃହ ମିଳି ନ ଥିବରୁ ଗାଁରେ ସେମାନେ ଆତଙ୍କିତ ଭାବରେ ପଡ଼ି ରହିଛନ୍ତି । ନିଜ ଘର ସମୁଦ୍ରରେ ମିଶିଗଲା ପରେ ସିଏଚ୍ ବୁଲଡ଼ୁ ସମ୍ପର୍କୀୟଙ୍କ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଥିବା ବେଳେ ଜେ.ଶିବାନନ୍ଦ ପରିବାର ଭୟଭୀତ ହୋଇ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ପୂର୍ବରୁ ଓଡିଆର୍ପି ଗୃହ ମିଳିଥିଲେ ମଧ୍ୟ ପରିବାରରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସିଏଚ୍ ପୋଟଡ଼ୁ, ବି.ବାବାଜୀଙ୍କ ପରିବାର ଉକ୍ତ ଗ୍ରାମରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସମ୍ପ୍ରତି ଉକ୍ତ ଗ୍ରାମର ସମୁଦାୟ ୮ ପରିବାର ଘର ପାଇ ନ ଥିବା ଅଭିଯୋଗ ହେଉଛି । ସମୁଦ୍ର କୂଳ ଲଙ୍ଘିବା କାରଣରୁ ୨୦୦୪ ମସିହାରେ ଉକ୍ତ ଗ୍ରାମର ୧୧୦ ପରିବାରକୁ ରାମଗଡ଼ ପଞ୍ଚାୟତ ଡ଼ୁମୁନାଗିରି ପାଦେଶ ପାଲୁର ସାହେବ କେନାଲ ପାଶ୍ୱର୍ରେ ଥଇଥାନ କରାଯାଇଥିବା ବେଳେ ୨୦୧୮ରେ ମୟୁରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାଶ୍ୱର୍ରେ ପ୍ରାୟ ୪୦୦ ପରିବାରକୁ ଓଡିଆର୍ପି ଗୃହ ପ୍ରଦାନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିଲା । ସମ୍ପ୍ରତି ଉକ୍ତ ଗ୍ରାମରେ ରହିଯାଇଥିବା ପରିବାରକୁ ଥଇଥାନ କରିବାକୁ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *