କାଶ୍ମୀରରେ ପୁଣି ଜଣେ ପଣ୍ଡିତଙ୍କୁ ହତ୍ୟା

ଘାଟିରେ ବଢ଼ୁୂଛି ଟାର୍ଗେଟ୍ କିଲିଂ
ନୂଆଦିଲ୍ଲୀ (ଏଜେନ୍ସି): କାଶ୍ମୀରର ଦକ୍ଷିଣ ପ୍ରାନ୍ତରେ ପୁଣିଥରେ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ୍ କିଲିଂ ଘଟଣା ସାମ୍ନାକୁ ଆସିଛି । ସୋମବାର ଦେଶବ୍ୟାପୀ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ ଏହାର ପରଦିନ ଅର୍ଥାତ୍ ମଙ୍ଗଳବାର ସୋପିଆନ୍ ଜିଲ୍ଲାରେ କିଛି ଆତଙ୍କବାଦୀ ଏକ ପରିବାରର ଦୁଇ ଭାଇଙ୍କୁ ଏକସଙ୍ଗେ ଗୁଳିମାଡ଼ କରିଛନ୍ତି । ଏଥିରେ ଦୁଇ ଭାଇଙ୍କ ମଧ୍ୟରୁ ଜଣକର ମୃତୁ୍ୟ ହୋଇଯାଇଥିବା ବେଳେ ଅନ୍ୟ ଭାଇ ଜଣକ ଗୁରୁତର ଅବସ୍ଥାରେ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏସମ୍ପର୍କରେ ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଘଟଣାସ୍ଥଳକୁ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛି ।
ସୋପିଆନ୍ର ଛୋଟେପୋରା ଅଞ୍ଚଳରେ ଥିବା ନିଜର ସେଓ ବଗିଚାରେ ପୀଡ଼ିତ ଦୁଇ ଭାଇ ସୁନୀଲ କୁମାର ଭଟ୍ଟ (୪୫) ଏବଂ ପିତାମ୍ବର ନାଥ ପଣ୍ଡିତ ଚାଷକାମ କରୁଥିଲେ । ତେବେ ଏହି ସମୟରେ ଏଠାକୁ କିଛି ସଶସ୍ତ୍ର ଆତଙ୍କବାଦୀ ଆସିଥିଲେ ଏବଂ ହଠାତ୍ ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ କରିଥିଲେ । ଗୁଳି ବାଜିବା କାରଣରୁ ଘଟଣା ସ୍ଥଳରେ ହିଁ ସୁନୀଲ ଭଟ୍ଟ ପ୍ରାଣ ହରାଇଥିଲେ ଏବଂ ପିତାମ୍ବର ଗୁରୁତର ହୋଇପଡିଥିଲେ । ତେବେ ପିତାମ୍ବରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଚିକିତ୍ସା ଜାରି ରହିଛି । ମୃତ ସୁନୀଲ ଭଟ୍ଟଙ୍କ ୪ ଝିଅ ଥିବା ଜାଣିବାକୁ ମିଳିଛି । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଅପରାହ୍ନରେ ଏଠାରେ ଥିବା ସେନା ହସ୍ପିଟାଲ ଗସ୍ତରେ ଆସି ଚିକିତ୍ସାଧୀନ ପିତାମ୍ବର ନାଥ ପଣ୍ଡିତଙ୍କୁୂ ସାକ୍ଷାତ କରିଥିବା ଏବଂ ତାଙ୍କ ସ୍ୱାସ୍ଥୃ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏସବୁ ମଧ୍ୟରେ ରିପୋର୍ଟ ଲେଖାହେବା ବେଳକୁ ଆତଙ୍କୀ ସଂଗଠନ କାଶ୍ମୀର ଫ୍ରିଡମ୍ ଫାଇଟସର୍୍ (କେଏଫ୍ଏଫ୍) ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ତ୍ରିରଙ୍ଗା ରାଲିରେ ସୁନୀଲ ଭଟ୍ଟ ସାମିଲ ହୋଇଥିବାରୁ ତାକୁ ହତ୍ୟା କରାଯାଇଥିବା କେଏଫ୍ଏଫ୍ କହିଛି ।
କ୍ଷକାଶ୍ମୀର ପଣ୍ଡିତଙ୍କୁ ଘାଟି ଛାଡ଼ିବାକୁ କେପିଏସ୍ଏସ୍ର ଅପିଲ
ଏହି ଘଟଣାକୁ ନେଇ ଏବେ କାଶ୍ମୀର ପଣ୍ଡିତ ସଂଘର୍ଷ ସମିତି (କେପିଏସ୍ଏସ୍) ପକ୍ଷରୁ ସମସ୍ତ କାଶ୍ମୀର ପଣ୍ଡିତ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଯଥାଶୀଘ୍ର କାଶ୍ମୀର ଛାଡିବାକୁ ଅପିଲ୍ କରାଯାଇଛି । କେପିଏସ୍ଏସ୍ ପକ୍ଷରୁ ଦର୍ଶାଯାଇଛି ଯେ, କାଶ୍ମୀରରେ କାଶ୍ମୀର ପଣ୍ଡିତଙ୍କୁ ସୁୂରକ୍ଷା ଦେବାରେ ପ୍ରଶାସନ, ନ୍ୟାୟପାଳିକା ଏବଂ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । କେପିଏସ୍ଏସ୍ ସଭାପତି ସଞ୍ଜୟ ଟିକ୍କୁଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ଏଠାରେ କୌଣସି କାଶ୍ମୀର ପଣ୍ଡିତ ସୁରକ୍ଷିତ ନୁହଁନ୍ତି । ଏପରି ସ୍ଥିତିରେ କାଶ୍ମୀରରେ ବସବାସ କରୁଥିବା ପ୍ରତ୍ୟେକ କାଶ୍ମୀର ପଣ୍ଡିତଙ୍କ ପାଇଁ କେବଳ ଗୋଟିଏ ମାତ୍ର ବିକଳ୍ପ ରହିଛି । ଆଉ ଏହି ବିକଳ୍ପ ହେଉଛି ଯେତେଶୀଘ୍ର ସମ୍ଭବ କାଶ୍ମୀର ଛାଡି ଅନ୍ୟତ୍ର ଚାଲିଯିବା । ଯଦି ଏପରି ନକରିବା ତେବେ ଧାର୍ମିକ କଟ୍ଟରପନ୍ଥୀଙ୍କ ଦ୍ୱାରା ହତ୍ୟାର ଶିକାର ହେବା ସାର ହେବ । ଏହି ଅବସରରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାଶ୍ମୀରରେ ନରସଂହାର ତଥା କାଶ୍ମୀର ପଣ୍ଡିତଙ୍କ ବିରୋଧରେ ଟାର୍ଗେଟ୍ କିଲିଂ ଭଳି ପ୍ରକ୍ରିୟା ଚଳାଇଥିବା ଏହି ଧାର୍ମିକ କଟ୍ଟରପନ୍ଥୀ ସଂଗଠନଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହଯୋଗ ରହିିଛି । ପ୍ରକାଶ, ଗତ ମେ ୭ ଏବଂ ଜୁନ୍ ୩ ମଧ୍ୟରେ ପ୍ରାୟ ୯ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିସାରିଲେଣି ।
ଏସବୁ ଆଇଏସ୍ଆଇର ପ୍ରୋପେଗାଣ୍ଡା: ଭାରତୀୟ ଗୁଇନ୍ଦା ବିଭାଗ
ପାକିସ୍ତାନର ଗୁଇନ୍ଦା ବିଭାଗ ଆଇଏସ୍ଆଇ ପକ୍ଷରୁ ଏସବୁ ଏକ ପ୍ରୋପେଗାଣ୍ଡା ଅନ୍ତର୍ଗତ କରାଯାଉଛି । ଘାଟିରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପୂର୍ବକ ସମଗ୍ର ଭାରତରେ ଅସ୍ଥିରତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଆଇଏସ୍ଆଇ ଏସବୁ କରାଉଛି । ଭାରତ ସରକାର ଧାରା ୩୭ଠ ଉଚ୍ଛେଦ କରିବା ଦ୍ୱାରା ବାହାର ରାଜ୍ୟର ଲୋକ ଏଠାରେ ଆସି ରହିବେ ଏବଂ ଏଠିକାର ସ୍ଥାୟୀ ବାସିନ୍ଦାଙ୍କ ନିଯୁକ୍ତି ଗତ, ଜମି ଅଧିଗ୍ରହଣ ଆଦି ଅଧିକାରକୁ ଛଡାଇନେବେ ବୋଲି ଆଇଏସ୍ଆଇ ସ୍ଥାନୀୟ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି । ସୁତରାଂ ସ୍ଥାନୀୟ ଲୋକଙ୍କୁ ବାହାର ରାଜ୍ୟରୁ ଏଠାରେ ନିଯୁକ୍ତି ପାଇଁ ବା ରହିବା ପାଇଁ ଆସୁଥିବା ନାଗରିକଙ୍କ ବିରୋଧରେ ହିଂସାଭିମୁଖୀ କରାଉଛି । ଆଇଏସ୍ଆଇ କାଶ୍ମୀରରେ ପାକିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନଙ୍କ ପାଇଁ ପୁଣିଥରେ ସମର୍ଥନ ଯୋଗାଡ କରିବାକୁ ଚେଷ୍ଟା ଚଳାଇଛି । ଟାର୍ଗେଟ୍ କିଲିଂ ଦ୍ୱାରା ସଂଖ୍ୟାଲଘୁ, ପୁଲିସ୍ ତଥା ସାମରିକ ଅର୍ଦ୍ଧସାମରିକ କର୍ମୀ, ରାଜନେତା, ସରକାରୀ କର୍ମଚାରୀ ଏବଂ ମହିଳାଙ୍କୁୂ ଟାର୍ଗେଟ୍ କରୁଥିବା ଦେଶର ପ୍ରମୁଖ ବିଶେଷଜ୍ଞମାନେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *