ତୁମୁସିଙ୍ଗା-କାମାକ୍ଷାନଗର ଯୋଗାଯୋଗ ବିଛିନ୍ନ
୪ ଦିନରେ ପୁଣି ଧୋଇଗଲା ଆପ୍ରୋଚ ରୋଡ୍
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଭାଲୁମୁଣ୍ଡା ଛକଠାରୁ କୁମୁସି ସାଆନ୍ଦା ଦେଇ ଯାଇଥିବା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଙ୍ଗା ଗ୍ରାମ ନିକଟରେ ଦଶ ତାରିଖ ଦିନ ଆପ୍ରୋଚ ରୋଡ ଧୋଇନେବା ଯୋଗୁ ଯୋଗାଯୋଗ ବିଛିନ୍ନ ହୋଇପଡିଥିଲା ।ରାସ୍ତାରେ ମାଟି ମୋରମ ପକାଇ ଯାତାୟତକୁ ସ୍ୱଭାବିକ କରାଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁୂ ୪ ଦିନ ମଧ୍ୟୋ ପୁଣି ଥରେ ରାସ୍ତାଧୋଇହୋଇଯାଇଥିବାର ଜଣାପଡିଛି ।
ତୁମୁସିଙ୍ଗା ନିକଟରେ ପୋଲ ନିର୍ମାଣଧିନ ଯୋଗୁଁ ଲୋକଙ୍କ ଯାତାୟତ ସୁବିଧା ପାଇଁ ଏହି ପୋଲ ନିକଟରେ ଅସ୍ଥାୟୀ ମାଟି ମୋରମର ଆପ୍ରୋଚ ରାସ୍ତା କରାଯାଇଥିଲା । ନାଳରୁ ପାଣି ନିଷ୍କାସନ ହେବା ପାଇଁ ନିର୍ମାଣଧିନ ପୋଲ ନିକଟରେ ସିମେଣ୍ଟ ପୋଲ ନଳାତଳେ ପକାଇ ଉପରେ ମାଟି ମୋରମ ଦେଇ ଆପ୍ରୋଚ ରାସ୍ତା କରାଯାଇଥିଲା । ବର୍ତ୍ତମାନ ଲଘୁଚାପ ଜନୀତ ଲଗାଣ ବର୍ଷାରେ ପୋଲର ଉପର ମୁଣ୍ଡରୁ ପ୍ରଖର ପାଣି ଏହି ପୋଲ ନାଳରେ ଆସିବାଦ୍ୱାରା ମାଟି ମୋରମ ରାସ୍ତାଟି ଗତ ୯ ତାରିଖରେ ଧୋଇ ନେଇଥିବା ନେଇଥିଲା । ଫଳରେ ରାସ୍ତାର ଦୁଇପାଶ୍ୱର୍ରେ ଥିବା ଲୋକମାନଙ୍କର ଜନଜୀବନ ପ୍ରଭାବିତ ହେବା ସାଙ୍ଗକୁ ଉଭୟ ପାଶ୍ୱର୍ରୁ ଯାନବାହାନ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏତଦ ବ୍ୟତିତ ପୋଲର ତଳଭାଗରେ ରହିଥିବା ଚାଷଜମି ସବୁ ଜଳମଗ୍ନ ହୋଇଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପରଜଙ୍ଗ ଦିଗରୁ କଟକ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ସବୁ ଏହି ବାଟରେ ନଯାଇ କାମାକ୍ଷାନଗର ଦେଇ ଯାତାୟତ କରିଛନ୍ତି । ଆପ୍ରୋଚ ରାସ୍ତା ମରାମତି ପାଇଁ ବିଭାଗୀୟ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ବୁଧବାର ଦିନ ଏହି ଆପ୍ରୋଚ ରୋଡକୁ ପୁଣି ଥରେ ନିର୍ମାଣ କରାଯାଇ ଯାନବାହନ ଯାତାୟତକୁ ସ୍ୱାଭାବିକ କରାଯାଇଥିବା ବେଳେ ରବିବାର ଦିନ ପୁଣି ଥରେ ଆପ୍ରୋଚ ରୋଡ ଧୋଇହୋଇଯିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ନିମ୍ନମାନର କାର୍ଯ୍ୟ ଏବଂ ସଠିକ ସ୍ଥିତରଆକଳନ କରାନଯାଇ ଏଭଳି କରାଯାଉଥିବାରୁ ବାରମ୍ବାର ରାସ୍ତା ଧୋଇ ହୋଇଯାଉଛି ।