ମୁଖ୍ୟମନ୍ତ୍ରୀଙ୍କୁ ତ୍ରିରଙ୍ଗା ଦେଲେ ମିଶନଶକ୍ତି ମା’
ଭୁବନେଶ୍ୱର, ୧୪ା୮ (ବୁ୍ୟରୋ): ନବୀନ ନିବାସରେ ରବିବାର ରାଜ୍ୟର ବିଭିନ୍ନ ଅଞ୍ଚଳର ମିଶନଶକ୍ତିର ମା’ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ନିଜ ହାତ ତିଆରି ଜାତୀୟ ପତାକାକୁ ମା’ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପତାକା ଗ୍ରହଣ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ପତକା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନଶକ୍ତି ମା’ମାନଙ୍କୁ ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବର କଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଶନଶକ୍ତି ମା’ମାନେ ଏହିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସୂଚନାଯୋଗ୍ୟ, ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ୩୦ ଲକ୍ଷ ତ୍ରିରଙ୍ଗା ପତକା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀକୁ ଅର୍ପଣ କରିଥିଲେ ।