ବର୍ଷେ ପରେ ହତ୍ୟାକାରୀ ଗିରଫ

ଋଷିକୁଲ୍ୟା କୂଳରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା
ଗଞ୍ଜାମ (ଆପ୍ର): ଋଷିକୁଲ୍ୟା ନଦୀ ନିକଟରୁ ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଜନୈକ ମହିଳାଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଗଞ୍ଜାମ ଥାନା ପୁଲିସ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୃତ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରାଯାଇଥିବା ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ଗଞ୍ଜାମ ଥାନାରେ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଆଇଆଇସି ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡ଼ା ଉପସ୍ଥିତ ଥିଲେ ।
ଗତ ବର୍ଷ ଅଗଷ୍ଟ ୨୮ତାରିଖ ସକାଳେ ଋଷିକୁଲ୍ୟା ନଦୀକୂଳରେ ଏକ ବସ୍ତାରେ ବନ୍ଧା ଯାଇଥିବା ଶବ ଲାଗିଥିବା ଖବରପାଇ ତକ୍ରାଳୀନ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଗଞ୍ଜାମ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ମୃତ ମହିଳା ଗଜପତି ଜିଲ୍ଲାର ରାମଗିରି ଥାନା ଅଧୀନ ଜାଲଗାଁର ମମତା ବେହେରା ବୋଲି ପୁଲିସ ଜାଣିବାକୁ ପାଇଥିଲା । ଚଳିତ ମାସ ୧ ତାରିଖରେ ଏନେଇ ବିଏନ୍ପୁର ଥାନାରେ ଅଭିଯୋଗ ପରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ମହିଳା ଜଣଙ୍କ ବ୍ରହ୍ମପୁରରେ ରହି ଚାକିରି କରୁଥିଲେ । ଉକ୍ତ ସମୟରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବାସିନ୍ଦା ଧରଣୀଧର ବେହେରା ବ୍ରହ୍ମପୁରରେ କାମ କରିବା ସମୟରେ ତାଙ୍କୁ ବିବାହ କରିଥିଲେ । ପାରିବାରିକ ସମ୍ପର୍କରେ ତିକ୍ତତା ଆସିବାରୁ ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ଧରଣୀ ସ୍ତ୍ରୀକୁ ନିଶା ଦେଇ ହତ୍ୟା କରିବା ପରେ ବସ୍ତାରେ ପଥର ବାନ୍ଧି ଗଞ୍ଜାମ ସହର ସ୍ଥିତ ଋଷିକୁଲ୍ୟା ନଦୀରେ ପକାଇ ଦେଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତାର ପ୍ରଭାତ ପ୍ରଧାନ ପାଙ୍କୁ ସହଯୋଗ କରିଥିବାରୁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍ଡିପିଓ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *