ସେପ୍ଟେମ୍ବରରେ ପୁଣି ଜିଏସ୍ଟି ମାଡ଼!

ନୂଆଦିଲ୍ଲୀ, ୧୬ା୮: ଜିଏସ୍ଟି କାଉନସିଲ୍ର ଜୁନ୍ ମାସରେ ହୋଇଥିବା ବୈଠକରେ ଅଟା, ଦହି, ପନିର, ହସ୍ପିଟାଲ କଠୋରୀ ସମେତ ଅନେକ ଉତ୍ପାଦ ଓ ସେବା ଉପରେ ୫ ପ୍ରତିଶତ ଜିଏସ୍ଟି ଲାଗୁ କରାଯାଇଥିଲା । ପୁଣି ଥରେ ଆଉ କିଛି ସାମଗ୍ରୀ ଉପରୁ ଜିଏସ୍ଟି ରିହାତିକୁ ପ୍ରତ୍ୟାହାର କରିନେବା ପାଇଁ ବିଚାରବିମର୍ଶ ଆରମ୍ଭ ହୋଇଛି । ଇନ୍ଭର୍ଟେଡ୍ ଡୁ୍ୟଟିରେ ପରିବର୍ତ୍ତନ ଲାଗି କେତେକ ବସ୍ତୁ ଓ ସେବା ଉପରେ ଜିଏସ୍ଟି ବଢ଼ି ପାରେ ।
‘ମନିକଣ୍ଟ୍ରୋଲ୍’ର ଏକ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ୍) ଜିଏସ୍ଟି ଡିଭିଜନ୍ ଉପରେ କାମ କରୁଛନ୍ତି । ମନ୍ତ୍ରୀ ଗୋଷ୍ଠୀ ଏଜେଣ୍ଡାରେ ଇନ୍ଭୋର୍ଟେଡ୍ ଡୁ୍ୟଟିରେ ଅନ୍ତର୍ଭୁକ୍ତ । ଇନ୍ଭର୍ଟେଡ୍ ରେଟ୍ ଷ୍ଟ୍ରକ୍ଚର ସେପରି ସ୍ଥିତିରେ ଲାଗୁ ହୁଏ ଯେଉଁଠି ଉତ୍ପାଦିତ ସାମଗ୍ରୀ ତୁଳନାରେ କଞ୍ଚା ମାଲ୍ ଉପରେ ଜିଏସ୍ଟି ରେଟ୍ ଅଧିକ ଥାଏ । ଅଟୋମୋବାଇଲ୍ସ, କେତେକ ବୈଦୁ୍ୟତିକ୍ ସାମଗ୍ରୀ, ୟୁରିଆ ଓ ଫର୍ଟିଲାଇଜର ଇନ୍ପୁଟ୍ ସେଗ୍ମେଣ୍ଟ୍ରେ ଡୁ୍ୟଟି ଇନ୍ଭର୍ସନ ଲାଗୁ ହୋଇଛି ।
ଇକୋନମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଇନ୍ଭର୍ଟେଡ୍ ଡୁ୍ୟଟିରେ ସୁଧାର ସମ୍ବନ୍ଧୀୟ ବିଚାର ଆଲୋଚନା ଏପର୍ଯ୍ୟନ୍ତ ସରିନାହିଁ । ଏ ସମ୍ବନ୍ଧୀୟ ଆହୁରି ଅନେକ ପ୍ରସଙ୍ଗ ଆଲୋଚିତ ହେବାକୁ ଅଛି ।
ଟେକ୍ସଟାଇଲ୍ସ କ୍ଷେତ୍ରର ଟିକସ ସହିତ କିଛି ପ୍ରସଙ୍ଗ ଅନାଲୋଚିତ ଅବସ୍ଥାରେ ପଡି ରହିଛି । ମନ୍ତ୍ରୀ ଗୋଷ୍ଠୀ ଏବେ ଜିଏସ୍ଟି ସଂସ୍କାର ସମ୍ବନ୍ଧୀୟ ଆଗାମୀ ସୂଚୀ ଉପରେ କାମ କରୁଛନ୍ତି । ଯେତେଦୂର ସମ୍ଭବ ସେପ୍ଟେମ୍ବରରେ ହେବାକୁ ଥିବା ଜିଏସ୍ଟି କାଉନ୍ସିଲ୍ ବୈଠକରେ ଏସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ କରାଯିବ ।
ଜୁନ୍ ଶେଷ ଭାଗରେ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଜିଏସ୍ଟି ପରିଷଦର ୪୭ତମ ବୈଠକରେ ଡୁ୍ୟଟି ଇନ୍ଭରର୍ସନ୍ ଓ ରିହାତିରେ ସଂସ୍କାର ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀଙ୍କ ଅନ୍ତରୀଣ ରିପୋର୍ଟକୁ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ପ୍ୟାକେଟ୍ରେ ବିକ୍ରୀ ହେଉଥିବା ଦହି, ଲସି ଓ ବଟର ମିଲ୍କ ସହିତ ଅନେକ ବସ୍ତୁ ଓ ସେବା ଜିଏସ୍ଟି ପରିସରଭୁକ୍ତ ହେଲା । ଏହି ସବୁ ସାମଗ୍ରୀ ଉପରେ ଜୁଲାଇ ୧୮ରୁ ଲାଗୁ ହେଲା ଜିଏସ୍ଟି ତେବେ କାସିନୋ, ଅନ୍ଲାଇନ୍ ଗେମିଂ ଓ ଘୋଡ଼ଦୌଡ଼ ଉପରେ ଜିଏସ୍ଟି ବଢ଼ାଇ ୨୮% କରିବା ନେଇ ସହମତି ହୋଇପାରିଲା ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *