ତାଇୱାନ ସୀମାରେ ଚୀନ୍ର ୩ଠ ଲଢୁଆ ବିମାନ

ତାଇପେଇ (ଏଜେନ୍ସି): ଆମେରିକା ସଂସଦ ବାଚସ୍ପତି ନାନ୍ସୀ ପେଲୋସୀଙ୍କ ତାଇୱାନ୍ ଗସ୍ତ ପରେ ପରେ ଆମେରିକା ନିଜର ଆଉ ଏକ ସଂସଦୀୟ କମିଟିକୁ ତାଇୱାନ ଗସ୍ତରେ ପଠାଇବାକୁୂ ନେଇ ଚୀନ୍ ଏବେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇପଡିଛି । ସୋମବାର ସନ୍ଧ୍ୟାରେ ଚୀନ୍ର ୩ଠଟି ଲଢୁଆ ବିମାନ ଓ ୫ଟି ଯୁଦ୍ଧ ଜାହାଜ ତାଇୱାନକୁ ଘେରିଯାଇଥିବା ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।
ତାଇୱାନ ଅନୁସାରେ ଚୀନ୍ର ପ୍ରାୟ ୩ଠଟି ଲଢ଼ୁଆ ବିମାନ ତାଇୱାନ୍ ବାୟୁସୁରକ୍ଷା ଚିହ୍ନଟ ଜୋନ୍ ଅତିକ୍ରମଣ କରିଥିବା ଜଣାପଡିଛି । ଏହି ଲଢ଼ୁଆ ବିମାନ ମଧ୍ୟରେ ୮ଟି ସୁଖୋଇ-୩ଠ, ୪ଟି ସେନ୍ୟାଙ୍ଗ ଜେ-୧୬ ବିମାନ, ୨ଟି ସେନୟାଙ୍ଗ ଜେ-୧୧ ବିମାନ ଓ ୧୪ଟି ଅନ୍ୟ କେତେକ ଚୀନ ନିର୍ମତ ହାଲୁକା ଲଢ଼ୁଆ ବିମାନ ଅନ୍ତଗର୍ନିମିତ ବିମାନ ଅନ୍ତର୍ଭୁକ୍ତ ।
ସୂଚନାଯୋଗ୍ୟ, ରବିବାର ଦିନ ୟୁଏସ୍ ସିନେଟର ଏଡ୍ ମାର୍କେଙ୍କ ନେତୃତ୍ୱରେ ଏକ ୫ ଜଣିଆ ସଂସଦୀୟ ଦଳ ତାଇପେଇ ଗସ୍ତ କରିଛନ୍ତି । ଏହି ଅବସରରେ ସେମାନେ ତାଇୱାନର ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ତାଇୱାନର ସୁରକ୍ଷା ସଂପର୍କରେ ଆଲୋଚନା କରିଛନ୍ତି । ଏହି ବୈଠକ ଅବସରରେ ତାଇୱାନର ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଦଳ (ଡିପିପି) ସହ ଉକ୍ତ ଆମେରିକୀୟ ସାଂସଦମାନେ ଏକ ବୈଠକ କରିଥିଲେ । ଏହାକୁ ନେଇ ଚୀନ ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *