ବନ୍ୟା ଆଶଙ୍କା, ବାହ୍ୟଜଗତରୁ ଦଲକ ଗାଁ ବିଛିନ୍ନ
ନରସିଂହପୁର (ଆପ୍ର): ଲଘୁଚାପ ପ୍ରଭାବରେ କିଛିଦିନ ଧରି ଲଗାଣ ବର୍ଷା ହେବାଯେଗୁଁ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି । କଟକ ଜିଲ୍ଲାର ନରସିଂହପୁର ବ୍ଲକର ନଦୀକୂଳିଆ ଅଞ୍ଚଳରେ ପାଣି ପସିବା ସହିତ ଦଲକ ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ସ୍ଥାନୀୟ ପ୍ରାଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବାବେଳେ ସବୁ ସମୟରେ ସଜାଗ ରହିଛନ୍ତି । ହୀରାକୁଦ ଜଳପ୍ରପାତର ଗେଟ୍ ଖୋଲିବା, ଉପରମୁଣ୍ଡରେ ପ୍ରବଳବର୍ଷା ଏବଂ ଏଅଞ୍ଚଳରେ ଲଗାଣବର୍ଷା ଜାରି ରହିଥିବା ଯୋଗୁଁ ବହୁ ଗ୍ରାମରେ ଜଳସ୍ତର ପହଞ୍ଚିଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ, ତହସିଲଦାର ଆଲୋକ କୁମାର ଦେହୁରୀ ନୂଆପାଟଣା, ଡିମିରିଆ, ପୁରସ୍ତମପୁର, ସୁବଳୟା, ଜିଲିଣ୍ଡା, ଜୋଡୁମୁଁ, କମଳାଡିହ, ପଞ୍ଚମା, ବାଲିପୁଟ ଗ୍ରମାଞ୍ଚଳରେ ପହଞ୍ଚି ବଣ୍ୟାର ପରିସ୍ଥିତିକୁ ଅନୁଧ୍ୟାନ କରି ଡଙ୍ଗା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିର ବ୍ଲକ କର୍ମଚାରୀଙ୍କୁ ସଜାଗ ରହିବାପାଇଁ ପରାମର୍ଶ ଦେଇଥିଲେ । ବର୍ତ୍ତମାନବ୍ଲକର ବାଲିଝରି, ଶ୍ୟାମସୁନ୍ଦରପୁର, ଓଡଶିଙ୍ଗା, ଜୋଡୁମୁଁ, ରାଣିଭୂଇଁ, ପଦାମାଳ ଗ୍ରାମବାସୀଙ୍କ ବାରିତଳେ ବନ୍ୟାପାଣି ଲାଗିରହିଛି । ଅପରପକ୍ଷରେ ଦେବଭୂଇଁ ପଞ୍ଚାୟତର ଦଲକ ଗ୍ରାମ ଦେଇ ଯାଇଥିବା ହାଡୁଆନାଳରେ ବଢିପାଣି ୧୫ଫୁଟରେ ଆସିବା ଯୋଗୁଁ ବାହ୍ୟଜଗତରୁ ବିଛିନ୍ନ ରହଛି । ବ୍ଲକ ପ୍ରଶାସନ ପକ୍ଷରୁ ୧୫୦ଜଣ ଲୋକଙ୍କ ପାଇଁ ଶୁଖିଲାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ବନ୍ୟାଅଞ୍ଚଳ ଗ୍ରାମ ଗୁଡିକରେ ଥିବା ବିଦ୍ୟାଳୟ ଗୃହ, ବାତ୍ୟା ଆଶ୍ରୟ ସ୍ଥଳଗୁଡିକୁ ଖୋଲା ରଖିବାପାଇଁ ବ୍ଲକ କର୍ମକର୍ତ୍ତାଙ୍କୁ ନିଦେ୍ର୍ଦଶ ବ୍ଲକ ପ୍ରଶାସନ ପକ୍ଷରୁ ଦିଆଯାଇଛି । ବନ୍ୟାଜଳ ବଢିଲେ ଉକ୍ତ ଗ୍ରାମର ଲୋକମାନଙ୍କୁ ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରାଯିବ । ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ଆବଶ୍ୟକ ଅନୁଯାଯୀ ପର୍ଯ୍ୟାପ୍ତ ପରିମାଣର ଚୂଡା, ଗୁଡ, ଗୋଖାଦ୍ୟ ଓ ଚାଉଳ ମହଜୁଦ ରହିଛି ଜିଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସହିତ ପ୍ରତି ମୂହୁର୍ତ୍ତରେ ପରିସ୍ଥିତି ସମ୍ପର୍କରେ କଥାବାର୍ତ୍ତା ଯାରି ରହିଛି ।