ନିମ୍ନମାନର କାମକୁ ଚାଷୀଙ୍କ ନାପସନ୍ଦ
ଭୁଶୁଡ଼ିଲା ଇଛାପୁର-ଝାରପଡ଼ା ରାସ୍ତା ସାଇଡ୍ୱାଲ
କଣ୍ଟାପଡା (ଆପ୍ର): କଣ୍ଟାପଡା ତହସିଲ ଅଧିନସ୍ଥ ଝାରପଡା ଇଛାପୁର ରାସ୍ତାର ସାଇଡୱାଲ କାମ ମାସେହେବ ଶେଷ ହୋଇଥିଲା । ସାମାନ୍ୟ ବର୍ଷାରେ ଉକ୍ତ ସାଇଡୱାଲଟି ଭୁଷୁଡି ପଡିଛି । ଇଛାପୁର ଝାରପଡା ରାସ୍ତା ପିଚୁ ସହିତ ସାଇଡୱାଲ କାମପାଇଁ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବରାଦ କରାଯାଇଛି । ଏକମାସ ନ ପୁରୁଣୁ ସାଇଡୱାଲ ଭୁଷୁଡି ପଡିବା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବରୁ ଗଣମାଧ୍ୟମରେ ସାଇଡୱାଲ କାମରେ ପାଉଁଶ ଗୁଣ୍ଡ, ଚିପସ୍ ଗୁଣ୍ଡରେ କରାଯାଉଥିବା ନେଇ ଅଭିଯୋଗ ହେବାର ଖବର ପ୍ରସାରଣ ହୋଇଥିଲା । ଆଜିର ଘଟଣା ପରେ ଏହାର ସତ୍ୟତା ପଦାକୁ ଆସିଛି । ଏହି ସାଡୱାଲ ପାଖରେ ଥିବା ଧାନକ୍ଷେତ ଗୁଡିକ ନଷ୍ଟ ହେବାକୁ ନେଇ ·ଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସପୃକ୍ତ ଠିକାଦାର ଜଣକ ଚେନ୍ ଜେସିବି ସହାୟତାରେ ମାଟିତାଡି ସାଇଡୱାଲକୁ ସିଧା କରିବା ପାଇଁ ତତ୍ପରତା ପ୍ରକାଶ କରିଥିବା ବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି କାମରେ ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି କାଣ୍ଡ ଘଟିଲା ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି । ଏହି କାମ ଟିକୁ ପୂର୍ତ୍ତ ବିଭାଗ କରୁଥିବାବେଳେ ସଂପୃକ୍ତ ଜେ.ଇ.ଙ୍କ ଅବହେଳା ଯୋଗୁଁ ଏ ଭଳି ଘଟଣା ଘଟିଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି । ଏ ନେଇ ବିଭାଗୀୟ କର୍ତ୍ତୂପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।