ଟିକା ନେଇ ନ ଥିବାରୁ ବାଦ୍ ପଡ଼ିଲେ ଜୋକୋଭିଚ୍

ୟୁଏସ୍ ଓପନ୍
ନୁ୍ୟୟର୍କ, ୧୪ା୮ (ଏଜେନ୍ସି): ବିଶ୍ୱର ଖ୍ୟାତନାମା ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଆସନ୍ତା ସପ୍ତାହରେ ସିନ୍ସିନାଟି ଠାରେ ହେବାକୁ ଥିବା ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । କାରଣ କୋଭିଡ୍ ଟିକା ନେଇ ନ ଥିବାରୁ ତାଙ୍କୁ ଆମେରିକାରେ ଯାତ୍ରା କରିବାର ଅନୁମତି ମିଳି ନାହିଁ । ସେ ଅଗଷ୍ଟ ୨୯ରୁ ହେବାକୁ ଥିବା ବର୍ଷର ଶେଷ ଗ୍ରାଣ୍ଡ୍ସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ମଧ୍ୟ ଖେଳିପାରିବେ ନାହିଁ ।
ପୁରୁଷ ଏକକରେ ୨୧ ଗ୍ରାଣ୍ଡ୍ସ୍ଲାମ୍ ବିଜେତା ସର୍ବୀୟ ତାରକା ଜୋକୋଭିଚ୍ କହିଛନ୍ତି ଯେ କେତେକ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ନ ମିଳୁ ପଛେ, ସେ କରୋନା ଭାଇରସ୍ ଯୋଗୁଁ ହେଉଥିବା ରୋଗରୁ ବଞ୍ଚାଉଥିବା ଟିକା ନେବେ ନାହିଁ । ଜୋକୋଭିଚ୍ ସ୍ପେନୀୟ ତାରକା ରାଫେଲ୍ ନାଡ଼ାଲ୍ଙ୍କ ଠାରୁ ମାତ୍ର ଗୋଟିଏ ମେଜର୍ ମୁକୁଟ ପଛରେ ଅଛନ୍ତି ।
କ୍ଷଅଷ୍ଟ୍ରେଲିଆନ୍ ଓପନ୍ରେ ବି ସମଦଶା ହୋଇଥିଲା
ଟିକା ନେଇ ନ ଥିବାରୁ ଜୋକୋଭିଚ୍ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ରେ ମଧ୍ୟ ଖେଳିପାରି ନ ଥିଲେ । ସେ ଅଷ୍ଟ୍ରେଲିଆରେ ପହଞ୍ଚିବା ସତ୍ତ୍ୱେ ଅଷ୍ଟ୍ରେଲିଆନ୍ ଓପନ୍ରେ ଅଂଶଗ୍ରହଣ କରିପାରି ନ ଥିଲେ । ମାମଲା କୋର୍ଟ ଯାଏଁ ବି ପହଞ୍ଚିଥିଲା । ନିୟମାବଳୀକୁ ଦର୍ଶାଇ ତାଙ୍କୁ ଖେଳିବାର ଅନୁମତି ମିଳି ନ ଥିଲା ।
ୟୁଏସ୍ ଓପନ୍ ପୂର୍ବରୁ ତାଙ୍କୁ ମଣ୍ଟ୍ରିଲ୍ ସମେତ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାର ଥିଲା; କିନ୍ତୁ ସେ ଖେଳିପାରି ନ ଥିଲେ । କରୋନା ଟିକା ନେଇ ନ ଥିବା ବିଦେଶୀ ନାଗରିକମାନଙ୍କୁ ଆମେରିକା ଓ କାନାଡ଼ାରେ ପ୍ରବେଶ ଅନୁମତି ନାହିଁ ।
କ୍ଷସରକାରଙ୍କ ନୀତିକୁ ପାଳନ କରିବୁ: ୟୁଏସ୍ ଟେନିସ୍ ସଂଘ
୩୫ବର୍ଷୀୟ ଜୋକୋଭିଚ୍ କହିଥିଲେ ଯେ ସେ ୟୁଏସ୍ ଓପନ୍ ଖେଳିବା ନେଇ ଆଶାନ୍ୱିତ ଥିଲେ । ତିନି ଥର (୨୦୧୦, ୨୦୧୫ ଓ ୨୦୧୮) ୟୁଏସ୍ ଓପନ୍ ମୁକୁଟ ଜିତିଥିବା ଏହି ସର୍ବୀୟ ଖେଳାଳି ଗତ ବର୍ଷ ରନର୍ସଅପ୍ ହୋଇଥିଲେ । ଅନ୍ୟପଟେ, ୟୁଏସ୍ ଟେନିସ୍ ସଂଘ ପକ୍ଷରୁ କୁହାଯାଇଛି ଯେ ସେ ସରକାରଙ୍କ ନୀତି ପାଳନ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *