ବଢୁଛି ବୈତରଣୀ

ସାମ୍ଭାବ୍ୟ ବନ୍ୟାକୁ ନେଇ ନଦୀକୂଳିଆ ଆତଙ୍କିତ
ରାଜକନିକା (ଆପ୍ର): ସୃଷ୍ଟ ଲଘୁଚାପ ଜୀନତ ଲଗାଣ ବର୍ଷା ପ୍ରଭାବରୁ ବନ୍ୟା ଆଶଙ୍କା ଥିବା ନେଇ ରାଜକନିକା ବ୍ଲକ୍‌ର ନଦୀକୂଳିଆ ଗାଁ ଗୁଡ଼ିକର ଅଧିବାସୀମାନେ ଆତଙ୍କିତ ହୋଇପଡ଼ିଛନ୍ତି । ବୈତରଣୀ ନଦୀରେ ସମ୍ଭାବ୍ୟ ବନ୍ୟା ଆସିବା ଆଶଙ୍କା ଥିବାରୁ ରାଜକନିକା ବ୍ଲକ୍‌ର ନଦୀକୂଳିଆ ଗ୍ରାମର ପ୍ରାୟ ୮୦ ହଜାର ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଲଘୁଚାପ ଜନୀତ ଲଗାଣ ବର୍ଷା ପାଇଁ ବୈତରଣୀ ଫୁଲିବାରେ ଲାଗିଥିବା ବେଳେ, ହୀରାକୁଦ ଓ ରେଙ୍ଗାଳିର ଗେଟ୍ ଗୁଡ଼ିକ ଖୋଲାଯାଇଛି । ଯେଉଁଥି ପାଇଁ ନଦୀକୂଳିଆ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଲେଣି ।
ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିଥିବା ନେଇ ଚାଷ ଅନୁକୂଳ ସ୍ଥିତି ଥିବାରୁ ଚାଷୀ ଠିକ୍ ସମୟରେ ଚାଷ ସାରିଥିଲା । ହେଲେ ଲଗାତାର ବର୍ଷା ପାଇଁ ଚାଷ ଉଜୁଡ଼ି ଯିବା ନେଇ ଚିନ୍ତାରେ ଚାଷୀ । ଦୀର୍ଘ ୧୫ ରୁ ୨୦ ଦିନ ହେବ ବର୍ଷା ଲାଗିରହିଥିବା ବେଳେ, ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ନଦୀକୂଳିଆ ଗାଁର ଲୋକମାନଙ୍କ ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ତହସିଲଦାର ପ୍ରେମାନନ୍ଦ ବେହେରା କହିଥିବା ବେଳେ, କଚାଘର ମାନଙ୍କକରେ ଥିବା ଲୋକମାନଙ୍କ ପାଇଁ ପ୍ରଶାସନ ତତ୍ପର ଅଛି । ବିଡିଓ ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ସଭ୍ୟ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସଜାଗ ରହିବାକୁ ବ୍ଲକ୍‌ ପ୍ରଶାସନ ତରଫରୁ ସତର୍କ କରାଯାଇଛି । ପଞ୍ଚାୟତରେ ସୁଖିଲା ଖାଦ୍ୟ ସହିତ ରିଲିଫ୍‌ ସାମଗ୍ରୀ ମହଜୁଦ ରଖାଯାଇଛି । ଯଦି ଗାଁ ଭିତରକୁ ବନ୍ୟା ପାଣି ଆସେ ତେବେ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ବିଡିଓ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *